ଭୁବନେଶ୍ବର: ଲକଡାଉନ ବେଳେ ପୋଲିସ ପାସ ଆବଶ୍ୟକତା ବାତିଲ । ଅଯଥାରେ ପାସ ନେବା ପାଇଁ ଭିଡ ହେବାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାକୁ ବାତିଲ କରିଛନ୍ତି ପୋଲିସ କମିଶନର । ଲୋକଙ୍କ ମଧ୍ୟରେ ସାମାଜିକ ଦୁରତ୍ବ ରହୁନି । କିଛି ନବୁଝି ସୁଝି ଅଯଥାରେ ଲୋକେ ଥାନାରେ ଭିଡ ଲଗାଉଛନ୍ତି । ଯାହାକୁ ନେଇ ପାସ ବ୍ୟବସ୍ଥାକୁ ବାତିଲ କରିଛନ୍ତି ଚ୍ବିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏହାସହ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ଏହି ପୋଲିସ ପାସ ପାଇଁ କେହି ଆସନ୍ତୁ ନାହିଁ, କିମ୍ବା ଏହାର ଆବଶ୍ୟକତା ନାହିଁ ବୋଲି ସୁଚନା ଦେଇଛନ୍ତି ।
![The police pass system was revoked](https://etvbharatimages.akamaized.net/etvbharat/prod-images/od-bbs-02-police-pass-avo-7203832_24032020165822_2403f_1585049302_934.jpg)
ତେଣୁ ଜରୁରୀ ସେବାରେ ନିୟୋଜିତ ଲୋକେ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ । ଅର୍ଥାତ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସରକାରୀ ଅଫିସ ଖୋଲାଥିବା କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ କରୁଥିବା ବ୍ୟକ୍ତି, ରୋଗୀ ଓ ଜରୁରୀ ଆବଶ୍ୟକତା ଥିବା ଲୋକଙ୍କୁ ସଠିକ ଆବଶ୍ୟକତା ଦେଖି ଛଡାଯିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ବୁଧବାର ଠାରୁ ଏକ ନୂଆ ଫର୍ମାଟ ଅର୍ଥ ଆଇଟି ପ୍ଲାଟ ଫର୍ମରେ ପାସ କରିବାକୁ ଯୋଜନା ଚଳାଇଛି ପୋଲିସ ।
![The police pass system was revoked](https://etvbharatimages.akamaized.net/etvbharat/prod-images/od-bbs-02-police-pass-avo-7203832_24032020165822_2403f_1585049302_472.jpg)
ଯାହାକି ଅନଲାଇନ ଯୋଗେ ଏକ ନିର୍ଦ୍ଧିଷ୍ଟ ଫର୍ମାଟରେ ପରମିସନ ମିଳିବ ଏବଂ ୨ ଘଣ୍ଟା ପାଇଁ ଏହାର ଅବଧି ରହିବ । ତେବେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଲକଡାଉନ ଘୋଷଣା ରହିଥିବା ବେଳେ ଲୋକେ ଘରୁ ନବାହାରିବାକୁ ତଥା ଅନ୍ୟ ଲୋକର ସଂସ୍ପର୍ଶରେ ନଆସିବାକୁ ଅନୁରୋଧ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ