ଭୁବନେଶ୍ବର: ଓଡ଼ିଶାରେ କୋଭିଡ ସ୍ଥିତି ଉଦ୍ବେଗଜନକ ହେଲାଣି। ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଏଭଳି ସମୟରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଛନ୍ତି।
ଏପରିକି ଅନ୍ୟ ରାଜ୍ୟ ଭଳି ଘରୋଇ ହସ୍ପିଟାଲରେ କୋଭିଡ ଚିକିତ୍ସା ପାଇଁ ଅନୁମତି ଦେବାକୁ କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏଥିସହିତ ସବୁ ରାଜନୈତିକ ଦଳର ମତ ଲୋଡିବାକୁ ମଧ୍ୟ ସେ ଅପିଲ କରିଛନ୍ତି।

ସୂଚନାଥାଉକି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 31ହଜାର877ଟି ପଜିଟିଭ କେସ ସାମ୍ନାକୁ ଆସିଥିବାବେଳେ 177ଜଣଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ