ETV Bharat / city

ପୁଣି କୋରୋନା ମୃତଦେହର ସଂସ୍କାର କରିବ 'ଓଡ଼ିଶା-ମୋ ପରିବାର' - କାର୍ଯ୍ୟକ୍ଷମ ହେଲା 'ଓଡ଼ିଶା-ମୋ ପରିବାର' ହେଲପ୍ ଡେସ୍କ

ପୁନର୍ବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଆଜି ଦ୍ୱିତୀୟ ଥର ପାଇଁ ହେଲପ୍ ଡେସ୍କ ଶୁଭାରମ୍ଭ ହୋଇଛି । ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

the-odisha-mo-parivar-again-starts-cremation-for-corona-deadbody
ପୁଣି କୋରୋନା ମୃତଦେହର ସଂସ୍କାର କରିବ 'ଓଡ଼ିଶା-ମୋ ପରିବାର'
author img

By

Published : Apr 16, 2021, 10:43 PM IST

ଭୂବନେଶ୍ବର: ରାଜ୍ୟରେ କୋରୋନାର ଦ୍ବିତୀୟ ଲହର ଭୟଙ୍କର ରୂପ ନେଉଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ମୃତକଙ୍କ ପରିବାରକୁ ଅନ୍ତେଷ୍ଟିକ୍ରିୟାରେ ସହଯୋଗ କରିବା ପାଇଁ ଓଡ଼ିଶା-ମୋ ପରିବାର ପୁନର୍ବାର ଆଗେଇ ଆସିଛି ।

ପୂର୍ବରୁ ଚାଲିଥିବା ଓଡ଼ିଶା-ମୋ ପରିବାର ହେଲପ୍ ଡେସ୍କକୁ ପୁନଃକାର୍ଯ୍ୟକ୍ଷମ କରାଯାଇଛି । ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଆଜି(ଶୁକ୍ରବାର) ଏହାର ଶୁଭାରମ୍ଭ କରିଛନ୍ତି ।

ମହାମାରୀ କୋରୋନା ବେଳେ ଗତବର୍ଷ ଜୟ ଓଡ଼ିଶା ସଂଗଠନ ସହଯୋଗରେ ଓଡ଼ିଶା-ମୋ ପରିବାର ପକ୍ଷରୁ ସ୍ଥାନୀୟ ସତ୍ୟନଗର ଶ୍ମଶାନରେ ହେଲପ୍ ଡେସ୍କ ଆରମ୍ଭ କରାଯାଇଥିଲା । କୋରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ମୃତଦେହ ସଂସ୍କାର କାର୍ଯ୍ୟରେ ଏହି ହେଲପ୍ ଡେସ୍କ ସହଯୋଗ କରୁଥିଲା । ତେବେ ଗତ ଡିସେମ୍ବରରେ କୋରୋନା ମୃତ୍ୟୁ ସଂଖ୍ୟା କମିଯିବାରୁ ହେଲପ୍ ଡେସ୍କ ସେବାକୁ ବନ୍ଦ ରଖାଯାଇଥିଲା ।

ପୁନର୍ବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଆଜି ଦ୍ୱିତୀୟ ଥର ପାଇଁ ହେଲପ୍ ଡେସ୍କ ଶୁଭାରମ୍ଭ ହୋଇଛି । ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି ।

ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ଓଡ଼ିଶା-ମୋ ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.