ଭୁବନେଶ୍ବର: କୋଭିଡ୍–୧୯ର ଦ୍ରୁତ ସଂକ୍ରମଣ ତଥା ତୋଷାଳି ଭବନ ଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର 29 ତାରିଖର ନିର୍ଦ୍ଦେଶନାମାର ପତ୍ରସଂଖ୍ୟା ୧୨୬୫୬ ଅନୁଯାୟୀ ଆସନ୍ତା ମେ' ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଛୁଟି ଦିବସ ବ୍ୟତୀତ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ବନ୍ଦ ରହିବ କାର୍ଯ୍ୟାଳୟ ।
ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟାରଙ୍କୁ ୮୬୬୩୬୪୨୦୮୦ ମୋବାଇଲ୍ ନମ୍ବରରେ ସଂପର୍କ କରିପାରିବେ । ଅତ୍ୟାଧିକ ଜରୁରୀ କାର୍ଯ୍ୟ ପାଇଁ ସଂପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଦେଇ ଓଡ଼ିଶା ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ଭଚୁଆଲ ମାଧ୍ୟମରେ ନିଜର କାର୍ଯ୍ୟ କରିପାରିବେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ