ETV Bharat / city

ଭୁବନେଶ୍ବର-ବାଙ୍ଗିରୀପୋଷି ବିଶେଷ ଟ୍ରେନ ସଂଖ୍ୟା ବଢିଲା

ଭୁବନେଶ୍ବର-ବାଙ୍ଗିରୀପୋଷି ବିଶେଷ ଟ୍ରେନ ସଂଖ୍ୟା ବଢିବ । ସୋମବାର ଠୁ ପରବର୍ତ୍ତୀ ଆଦେଶ ଯାଏଁ ଜାରି ରହିବ ବିଶେଷ ଟ୍ରେନ ସେବା । ଅଧିକ ପଢନ୍ତୁ..

ଭୁବନେଶ୍ବର-ବାଙ୍ଗିରୀପୋଷି ବିଶେଷ ଟ୍ରେନ ସଂଖ୍ୟା ବଢିଲା
ଭୁବନେଶ୍ବର-ବାଙ୍ଗିରୀପୋଷି ବିଶେଷ ଟ୍ରେନ ସଂଖ୍ୟା ବଢିଲା
author img

By

Published : Mar 1, 2021, 6:54 PM IST

ଭୁବନେଶ୍ବର : ଭୁବନେଶ୍ବର-ବାଙ୍ଗିରୀପୋଷି ବିଶେଷ ଟ୍ରେନ ସଂଖ୍ୟା ବଢିବ । ସୋମବାର ଠୁ ପରବର୍ତ୍ତୀ ଆଦେଶ ଯାଏଁ ଜାରି ରହିବ ବିଶେଷ ଟ୍ରେନ ସେବା । ଭୁବନେଶ୍ବରରୁ ପ୍ରତିଦିନ ସନ୍ଧ୍ୟା 5 ଟା 30ରେ ଛାଡ଼ିବ ଟ୍ରେନ୍‌ । ବାଙ୍ଗିରୀପୋଷିରୁ ଭୋର 4 ଟା 20 ରେ ଭୁବନେଶ୍ବର ଅଭିମୁଖେ ଛାଡ଼ିବ ଟ୍ରେନ୍।

ରାଉରକେଲା-ଭୁବନେଶ୍ବର-ରାଉରକେଲା ଟ୍ରେନର ସାମୟିକ ରହଣି ସମୟସୀମା ମଧ୍ୟ ବଢିବ । ଆଜିଠୁ ମାର୍ଚ୍ଚ 31 ଯାଏଁ ବାମରାରେ ରହିବ ବିଶେଷ ଟ୍ରେନ । ତେବେ ଅନ୍ୟ ଷ୍ଟେସନରେ ଟ୍ରେନ୍‌ର ସମୟ ସାରଣୀ ପରିବର୍ତ୍ତନ ହେବନାହିଁ । 02892/02891 ଭୁବନେଶ୍ବର-ବାଙ୍ଗିରୀପୋଷି-ଭୁବନେଶ୍ବର ବିଶେଷ ଟ୍ରେନ ଭୁବନେଶ୍ବରରୁ ମାର୍ଚ୍ଚ ମାସ ପହିଲା ଠୁ ଏବଂ ବାଙ୍ଗିରୀପୋଷିରୁ ମାର୍ଚ୍ଚ ମାସ ୨ ତାରିଖ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଭୁବନେଶ୍ବରରୁ ଏହି ଟ୍ରେନ୍ ସନ୍ଧ୍ୟା 5 ଘ.30 ମି.ରେ ଛାଡି ବାଙ୍ଗିରିପୋଷିରେ ରାତ୍ର 12 ଘ.05ମି.ରେ ପହଞ୍ଚିବାକୁ ଥିବାବେଳେ ଫେରିବା ପଥରେ ଏହି ଟ୍ରେନ ବାଙ୍ଗିରୀପୋଷୀରୁ ଭୋର 4 ଘ.20 ମି.ରେ ଛାଡି ଭୁବନେଶ୍ବର ଠାରେ ପୂର୍ବାହ୍ନ 10 ଘଟିକାରେ ପହଞ୍ଚିବ । ଏହି ଟ୍ରେନ ଭୁବନେଶ୍ବର ଓ ବାଙ୍ଗିରୀପୋଷି ମଧ୍ୟରେ ଉଭୟ ପାଶ୍ବରୁ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରୋ, ବେଲେଶ୍ବର, ରୁପ୍ସା, ଠାକୁରତୋଟା, ଜଗପୁରା, ଜୋଗଲ, ବେତନଟୀ, କୃଷ୍ଣଚନ୍ଦ୍ରପୁର, ବାରିପଦା ଓ ରାଜଲୁକା ଷ୍ଟେସନ ମାନଙ୍କରେ ରହିବ ।

ଏହି ଟ୍ରେନ ଗଠନରେ ଗୋଟିଏ ଦ୍ବିତୀୟ ଶ୍ରେଣୀ ଚେୟାର୍ କାର୍, ନଅଟି ଦ୍ବିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଦ୍ବିତୀୟ ଶ୍ରେଣୀ ଉପଲବ୍ଧ ଅଛି । ସେହିପରି, ମାର୍ଚ୍ଚ ମାସ ପହିଲା ଠାରୁ 31 ତାରିଖ ପର୍ଯ୍ୟନ୍ତ ବାମରା ଠାରେ 02861/02862 ରାଉରକେଲା-ଭୁବନେଶ୍ବର- ରାଉରକେଲା ବିଶେଷ ଟ୍ରେନର ସାମୟିକ ରହଣୀକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହି ଟ୍ରେନ ପାଇଁ ଅନ୍ୟ ନିର୍ଦ୍ଧାରିତ ଷ୍ଟେସନ ଠାରେ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.