ETV Bharat / city

'କୌଣସି ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ, ପ୍ଲାଜମା ଦାନ ପାଇଁ ଆଗେଇ ଆସନ୍ତୁ'

author img

By

Published : Jul 26, 2020, 6:30 PM IST

Updated : Jul 26, 2020, 9:32 PM IST

କଟକ ଜିଲ୍ଲାରେ ବଢୁଛି କୋରୋନା ସଂକ୍ରମଣ। ଯାହାକୁ ନେଇ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି ମହାନଗର କମିଶନ। ସଚେତନତା ଓ ସରକାରଙ୍କର ନିୟମକୁ ମାନିବାକୁ ଅନୁରୋଧ କରିଛନ୍ତି କମିଶନର। ଅଧିକ ଖବର ପଢନ୍ତୁ...

କଟକରେ କୋରୋନାକୁ ମାତ୍ ଦେବାକୁ ବଢିଲା ବେଡ୍ ସଂଖ୍ୟା

ଭୁବନେଶ୍ବର: କଟକ ଜିଲ୍ଲାରେ ବଢୁଛି କୋରୋନା ସଂକ୍ରମଣ। ଯାହାକୁ ନେଇ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି ମହାନଗର କମିଶନ। ସଚେତନତା ଓ ସରକାରଙ୍କର ନିୟମକୁ ମାନିବାକୁ ଅନୁରୋଧ କରିଛନ୍ତି କମିଶନର। ଆଜିର ପ୍ରେସମିଟରେ କମିଶନର ସୂଚନା ଦେଇ କହିଛନ୍ତି ଯେ, କଟକରେ ଆକ୍ଟିଭ ସର୍ଭେଲାନ୍ସ ଅନୁସାରେ ସହରରେ ଟେଷ୍ଟ ଚାଲିଛି।

ଜିଲ୍ଲାରେ ବର୍ତ୍ତମାନ 4 ଟି କଣ୍ଟେନମେଣ୍ଟ ଜୋନ ରହିଛି। ଏହି ଜୋନରେ ଥିବା ଅଧିବାସୀଙ୍କୁ ଘରୁ ନବହାରିବା ପାଇଁ ପରାମର୍ଶ ଦିଆଯାଇଛି। ସହରରେ ଏବେ ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା 671। କୋରୋନାରୁ ସୁସ୍ଥ ହେଲେଣି 296 ରହିଥିବା ବେଳେ ସକ୍ରିୟ ମାମଲା ରହିଛି 367 ।

ସେହିପରି ଗତ ସପ୍ତାହରେ 264 ମାମଲା ସାମ୍ନାକୁ ଆସିଛି। 264 ଟି ସଂକ୍ରମିତଙ୍କ ମଧ୍ୟରୁ 71 ଶତକଡା ଅନ୍ୟ ସଂକ୍ରମିତଙ୍କ ଠାରୁ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି କମିଶନର। ପରିବାର ଭିତରେ ସଂକ୍ରମଣ ହେଉଛି ତାହାକୁ ଧ୍ୟାନ ରଖିବାକୁ ହେବ।

'କୌଣସି ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ, ପ୍ଲାଜମା ଦାନ ପାଇଁ ଆଗେଇ ଆସନ୍ତୁ'

ଓଲ୍ଡ ରାଉସପଟଣା କଟକର ଏକ କଣ୍ଟେନମେଣ୍ଟ ଜୋନ। ଏବେ କଟକରେ ଦୁଇଟି ନୂଆ କଣ୍ଟେନମେଣ୍ଟ ଜୋନ ରହିଛି । ଖଟବିନ୍ ସାହିରେ 47 ଟି ନୂଆ ପଜିଟିଭ କେସ ଚିହ୍ନଟ ହୋଇଛି । 105ଟି ସାମ୍ପୁଲ ସଂଗ୍ରହ କରାଯାଇଛି। ଘର ଘର ବୁଲି ଆଶା କର୍ମୀମାନେ 372 ଜଣଙ୍କୁ ସ୍କ୍ରିନିଂ କରିଥିବା ସୂଚନା ଦେଇଛନ୍ତି କମିଶନର। ଏହା ଛଡା କୌଣସି ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ସରକାରୀ ସୂଚନାକୁ ଗ୍ରହଣ କରନ୍ତୁ । ଯଦି ପାରୁଛନ୍ତି ତେବେ ପ୍ଲାଜମା ଦାନ ପାଇଁ ଆଗେଇ ଆସନ୍ତୁ ବୋଲି ଅନ୍ୟାନ୍ୟ କହିଛନ୍ତି ।

ସେହିଭଳି ଅନ୍ୟ ଏକ କଣ୍ଟେନମେଣ୍ଟ ଜୋନ ରହିଛି ଶଙ୍କରପୁର । ଏହି ଅଞ୍ଚଳରୁ 17 ଟି ନୂଆ ପଜିଟିଭ ଚିହ୍ନଟ କରାଯାଇଛି । 32 ଜଣଙ୍କର ସାମ୍ପୁଲ ସଂଗ୍ରହ କରାଯାଉଛି। 57 ଘର ଘର ବୁଲି ଆଶା କର୍ମୀ ମାନେ ସ୍କ୍ରିନିଂ କରିଛନ୍ତି।

ଅନ୍ୟପଟେ 3 ଟି କୋଭିଡ କେୟାର ସେଣ୍ଟର କରାଯିବା ସହ ବେଡ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି ।

  • ସେଥିମଧ୍ୟରୁ ଏଲ. ଏନ. ଟି ଗୋପାଳପୁରରେ 107 ବିଶିଷ୍ଟ ବେଡ଼ ।
  • ବିଦ୍ୟାଧରପୁର ଓ ଏସ.ଏଚ.ବି ସେଣ୍ଟରରେ 150 ବେଡ଼ ରହିଛି।
  • ଓ.ସି.ଏ ରେ 85 ବେଡ଼ ।
  • ଯେ.ଏନ.ଆଇ.ଏସ ରେ 103 ବେଡ଼।
  • ଓ.ଏ.ଟି ରେ 220 ବେଡ଼ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 26, 2020, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.