ଭୁବନେଶ୍ବର: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ନେଇ ଭୁବନେଶ୍ୱରରେ ପୁଣି ବଢ଼ିଲା କଟକଣା । ରେଡ୍ ଜୋନ ଘୋଷଣା ହେବା ପରେ ପ୍ରଶାସନ ରାଜଧାନୀରେ କଟକଣାକୁ କଡ଼ାକଡ଼ି କରିଛନ୍ତି । ରାଜ୍ୟ ସରକାର ଲକ ଡାଉନର ତୃତୀୟ ପର୍ଯ୍ୟାୟରେ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ।


ଭୁବନେଶ୍ୱର ରେଡ଼ ଯୋନ ହୋଇଥିବାରୁ ଏଠାରେ କଟକଣା ବଳବତ୍ତର ରହିବ । ସେଲୁନ, ସ୍ପା ଖୋଲିବା ମନା । ଓଲା ଓ ଉବେର କେବଳ ମେଡ଼ିକାଲ ଯାଇପାରିବେ । ଗ୍ରାମାଞ୍ଚଳରେ ନିର୍ମାଣ ଓ ଶିଳ୍ପ କାମ ଚାଲିବ। ସହରାଞ୍ଚଳରେ କେବଳ ସ୍ଥାନୀୟ ଶ୍ରମିକ କାମ କରିପାରିବେ । ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ପ୍ରାଇଭେଟ ଅଫିସ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ ।
ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି କଟକଣା । ରେଡ୍ ଜୋନ ଘୋଷଣା କରାଯାଇଥିବା ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର, ଭଦ୍ରକ ଜିଲ୍ଲାରେ କଟକଣା କଡାକଡି ଭାବେ ପାଳନ ହେବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ