ETV Bharat / city

ରାଜ୍ୟ ମାନବାଧିକାର ଆୟୋଗରେ ଯୋଗଦେଲେ ନୂଆ ଅଧ୍ୟକ୍ଷ ଜଷ୍ଟିସ ବିଜୟ କ୍ରୀଷ୍ଣା - ରାଜ୍ୟ ମାନବାଧିକାର ଆୟୋଗରେ ଯୋଗଦେଲେ ନୂଆ ଅଧ୍ୟକ୍ଷ

ଓଡିଶାରେ ଦୀର୍ଘଦିନ ଧରି ମାନବାଧିକାର ଆୟୋଗ ବିଭାଗରେ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ଏହି ପଦରେ ଜଷ୍ଟିସ ବିଜୟ କ୍ରୀଷ୍ଣା ପଟେଲ ଅଧକ୍ଷ ଭାବରେ ଯୋଗ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟ ମାନବାଧିକାର ଆୟୋଗରେ ଯୋଗଦେଲେ ନୂଆ ଅଧ୍ୟକ୍ଷ

author img

By

Published : Dec 1, 2020, 4:40 PM IST

ଭୁବନେଶ୍ବର: ଦୀର୍ଘ ଦିନ ଧରି ରାଜ୍ୟ ମାନବାଧିକାର ଆୟୋଗ ବିଭାଗରେ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ବେଳେ ଆଜି ଜଷ୍ଟିସ ବିଜୟ କ୍ରୀଷ୍ଣା ପଟେଲ ଅଧକ୍ଷ ଭାବରେ ଯୋଗ ଦେଇଛନ୍ତି । କମିଶନରେ ପଡିଥିବା ମାମଲା ଗୁଡିକୁ ତୁରନ୍ତ ସମାଧାନ କରିବାକୁ ନିଆଯିବ ପଦକ୍ଷପ ।

ରାଜ୍ୟ ମାନବାଧିକାର ଆୟୋଗରେ ଯୋଗଦେଲେ ନୂଆ ଅଧ୍ୟକ୍ଷ

ରାଜ୍ୟରେ ପଡିରହିଛି ହଜାର ହଜାର ମାମଲା । ନା ହେଉଛି ସମାଧାନ ନା ହେଉଛି ନୋଟିସ । ପୂର୍ବତନ ଅଧକ୍ଷ ଅବସର ନେବା ପରେ ବିଭାଗରୁ ଆଜି ପର୍ଯ୍ୟନ୍ତ ଅନେକ ମୁଖ୍ୟ ମାମଲାକୁ ନେଇ ଓଏଚ ଆର ସି ରେ ମାମଲା ପଡିରହିଛି । ତେବେ ଆଗାମୀ ଦିନରେ ପଡି ରହିଥିବା ମାମଲାକୁ ତର୍ଜମା କରାଯିବ । ଚେଷ୍ଟା କରାଯିବ ସମାଧାନ କରିବାକୁ । ଏହି କିଛି ଦିନ ମଧ୍ୟରେ ଓଏଚଆରସି ରେ ଯେଉଁ ମାମଲା ରୁଜୁ ହୋଇଛି, ତାହା ଯଦି ଏନଏଚଆରସି ଓ ଅନ୍ୟ କୌଣସି ସ୍ଥାନରେ ଶୁଣାଣି ହେଉନଥାଏ ତେବେ ସମସ୍ତ ମାମଲକୁ ତୁରନ୍ତ ସମାଧାନ କରିବ ଓଏଚଅରସି ।

ଆବଶ୍ୟକ ପଡ଼ିଲେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାକୁ ମଧ୍ୟ ଗସ୍ତ କରିବେ କମିଶନ । ଏପରିକି ରାଜ୍ୟ ମାନବାଧିକାର କମିଶନଙ୍କ ବିଭାଗରେ ଏସପି, ତଦନ୍ତକାରୀ ଆଧିକାରୀ ମଧ୍ୟ ଯେ କୌଣସି ମାମଲାକୁନେଇ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ବୋଲି ଜଷ୍ଟିସ ବିଜୟ କ୍ରୀଷ୍ଣା ପଟେଲ କହିଛନ୍ତି । ସୂଚନା ଥାଉକି, ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟ କ୍ରୀଷ୍ଣା ପଟେଲଙ୍କୁ ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ମାନବିକ ଅଧିକାର ଆୟୋଗ ଆଇନ-୧୯୯୩ ଅନୁଯାୟୀ ବିଚାରପତି ପଟେଲଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି । ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଜଷ୍ଟିସ ପଟେଲ ଉଚ୍ଚ ନ୍ୟାୟାଳୟର ଅନ୍ୟତମ ଜଜ୍ ଭାବେ ୧୭ ଜାନୁଆରୀ ୨୦୦୮ ରୁ ୨୩ ଜାନୁଆରୀ ୨୦୧୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରେ ୨୦୧୭ରୁ ୨୩ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ରାଜ୍ୟ ଖାଉଟି ଅଦାଲତର ସଭାପତି ରହିଥିଲେ । ଏତବ୍ୟତୀତ ସେ ରାଜ୍ୟ ସରକାରଙ୍କ ବିଧିବିଭାଗର ପ୍ରମୁଖ ଶାସନ ସଚିବ, ବାଣିଜ୍ୟକର ଟ୍ରିବୁନାଲର ଅଧ୍ୟକ୍ଷ, ଓଡ଼ିଶା ହାଇକୋର୍ଟର ପ୍ରଶାସନିକର ରେଜିଷ୍ଟାର, ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ପୂର୍ବରୁ ସେ ପୁରୀ ଓ ବଲାଙ୍ଗୀରର ଜିଲ୍ଲା ଜଜ୍ ଭାବେ ଅବସ୍ଥାପିତ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.