ଭୁବନେଶ୍ବର : ତିନିଦିନ ଧରି ଚାଲୁଥିବା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ ଆଜି ( ଶନିବାର) ଶେଷ ହୋଇଛି । ଗୋଟିଏ ଦିନ ପରେ ଆଉ ଏକ ଉତ୍ସବ ରାଜରାଣୀ ସଙ୍ଗୀତ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି । ଏହି ଉତ୍ସବଟି ରାଜଧାନୀରେ କୋରୋନା କଟକଣା ପରେ ପ୍ରଥମ ଉତ୍ସବ ହୋଇଥିବାବେଳେ ଏହାକୁ ଲୋକମାନେ ବେଶ ଉତ୍ସାହର ସହ ଉପଭୋଗ କରିଛନ୍ତି।
ସମସ୍ତ ପ୍ରକାର କଟକଣାକୁ ପାଳନ କରାଯାଇଥିବବେଳେ ଆଗାମୀ ରାଜରାଣୀ ଉତ୍ସବ ମଧ୍ୟ ସେହିଭଳି ଅନୁଷ୍ଠିତ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଉତ୍ସବକୁ ଭଲ ଭାବରେ ଆୟୋଜନ କରିଥିବାରୁ କୁନି ଦର୍ଶକ ସରକାରଙ୍କୁ ଧନ୍ୟବାଦ ଦେବା ସହ ନିଜେ ନୃତ୍ୟ ଶିକ୍ଷା ଲାଭ କରୁଥିବାରୁ ଆଗାମୀ ଦିନରେ ନିଜେ ଏହି ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକଟ କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ