ETV Bharat / city

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ - ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଜୁନ୍ ୧ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଜୁନ ପହିଲାରେ କେରଳ ଛୂଇଁବ ମୌସୁମୀ
ଜୁନ ପହିଲାରେ କେରଳ ଛୂଇଁବ ମୌସୁମୀ
author img

By

Published : May 6, 2021, 10:37 PM IST

ଭୁବନେଶ୍ବର: ମୌସୁମୀ ଆସୁଛି ତେଣୁ, ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ତାତିରୁ ମୁକ୍ତି ମିଳିବା ସହ ଏଥର ଠିକ ସମୟରେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଜୁନ୍ ୧ ତାରିଖରେ କେରଳ ଛୂଇଁବାର ସମ୍ଭାବନା ଦେଖା ଦେଉଥିବା ବେଳେ ଆସନ୍ତା ୧୫ ଓ ୩୦ ତାରିଖରେ ପାଣିପାଗ ବିଭାଗର ଆକଳନ ପରେ ସ୍ପଷ୍ଟ ଜଣାପଡ଼ିବ । ତେବେ କୃଷି ଓ କୃଷକ ପାଇଁ ଖୁସି ଖବର ।

ଜୁନ ପହିଲାରେ କେରଳ ଛୂଇଁବ ମୌସୁମୀ
ବର୍ଷ ଜୁନ୍ ୧ ତାରିଖ ଅର୍ଥାତ ନିର୍ଦ୍ଧାରିତ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ଦେଖାଦେଇଛି । ତେବେ ଭାରତ ମହାସାଗରରେ ଡାଇପଲ ସିଷ୍ଟମ ସ୍ୱାଭାବିକ ରହିଛି, ଯାହା ବର୍ଷା କରାଇବାରେ ସହାୟକ ହେବ । ଏହାସାଙ୍ଗକୁ ଲାଲିନା ମଧ୍ୟ ସ୍ୱାଭାବିକ ରହିଛି । ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ସଠିକ ସମୟରେ କେରଳ ଛୁଇଁବା ପରେ ୧୦ ରୁ ୧୧ ଦିନ ମଧ୍ୟରେ ଓଡିଶା ଛୁଇଁବାର ସମ୍ଭାବନା ରହିଛି । ରାଜ୍ୟରେ ଖରା ଓ ଗରମ ଜାରି ରହିଥିବା ବେଳେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁଁ ବର୍ଷା ମଧ୍ୟ ଜାରି ରହିଛି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁରରେ ଆସନ୍ତା କାଲି ଅର୍ଥାତ ଶୁକ୍ରବାର କାଳବୈଶାଖୀ ବର୍ଷା ଯୋଗୁଁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବ, ଉପକୂଳରେ ତାପମାତ୍ରା ସ୍ୱାଭାବିକ ରହିବ । ୧୧ ତାରିଖ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡିରେ ସର୍ବାଧିକ ୪୭.୦ ମି.ମି ବର୍ଷା ରେକର୍ଡ ହୋଇଛି । ଯୋଡ଼ାରେ ୪୧.୨ ମି.ମି, ଆଖୁଆପଦାରେ ୪୪.୦ ମି.ମି, ଚମ୍ପୁଆରେ ୩୩.୨ ମି.ମି ବର୍ଷା ରେକର୍ଡ ହୋଇଛି । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.