ETV Bharat / city

ମୌସୁମୀ ଦୁର୍ବଳ, ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା - ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଦୁର୍ବଳ ମୌସୁମୀ ସ୍ବତ୍ତ୍ବେବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ୮ ସେପ୍ଟେମ୍ବର ମଙ୍ଗଳବାର ମଧ୍ୟରେ ୧୩ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି ।

monsoon is weak in state
ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
author img

By

Published : Sep 7, 2020, 10:17 PM IST

Updated : Sep 7, 2020, 10:48 PM IST

ଭୁବନେଶ୍ବର: ଦୁର୍ବଳ ହୋଇଛି ମୌସୁମୀ । ତଥାପି ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ୮ ସେପ୍ଟେମ୍ବର ମଙ୍ଗଳବାର ମଧ୍ୟରେ ୧୩ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି।

ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା

ଏହାସହ କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

monsoon is weak in state
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର

୯ ସେପ୍ଟେମ୍ବର ବୁଧବାର ମଧ୍ୟରେ ବାଲେଶ୍ବର, ଭଦ୍ରକ,କଟକ, ରାୟଗଡା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କନ୍ଧମାଳ, ଅନଗୁଳ,ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି,ନୟାଗଡ଼ ,ଖୋର୍ଦ୍ଧା ଏବଂ ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

monsoon is weak in state
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ, ଉପକୂଳ ଓଡିଶାର କିଛି ସ୍ଥାନ ଏବଂ ଝାରସୁଗୁଡା ଜିଲ୍ଲାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ଝାରସୁଗୁଡା ଜିଲ୍ଲା କୋଲାବିରାରେ ସର୍ବାଧିକ ୮୬.୦ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ ପହିଲାରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ୧୦୨୧.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ବଭାବିକ ଠାରୁ ୩ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି। ୩ ଜିଲ୍ଲା ଝାରସୁଗୁଡା, ମାଲକାନଗିରି ଓ ଦେବଗଡ଼ରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

ଏହାସହ ୨୫ ଜିଲ୍ଲାରେ ସ୍ବଭାବିକ ବର୍ଷା, ୨ ଜିଲ୍ଲା ପୁରୀ ଓ ଗଜପତିରେ କମ ବର୍ଷା ରେକର୍ଡ କରାଯାଇଛି। ସେପ୍ଟେମ୍ବରରେ ୩୪.୮ ମିମି ବର୍ଷା ରେକର୍ଡ ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Sep 7, 2020, 10:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.