ETV Bharat / city

ଉଚ୍ଚ ଶିକ୍ଷାନୁଷ୍ଠାନରେ ସାମ୍ବିଧାନିକ ଆରକ୍ଷଣ ଦେବା ପାଇଁ ମୋଦି ସରକାର ପ୍ରତିବଦ୍ଧ - ଧର୍ମେନ୍ଦ୍ର - କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଗୃହୀତ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ଏହି ବିଲ ସଂଶୋଧନ କରାଯାଇଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

higher education  Dharmendra
ଉଚ୍ଚ ଶିକ୍ଷାନୁଷ୍ଠାନରେ ସାମ୍ବିଧାନିକ ଆରକ୍ଷଣ ଦେବା ପାଇଁ ମୋଦି ସରକାର ପ୍ରତିବଦ୍ଧ - ଧର୍ମେନ୍ଦ୍ର
author img

By

Published : Aug 10, 2021, 8:06 AM IST

ଭୁବନେଶ୍ବର: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଗୃହୀତ ହୋଇଛି । କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ ଏହି ବିଲ ସଂଶୋଧନ କରାଯାଇଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତ ସରକାର ଲେହ, ଲଦାଖ ଏବଂ କାର୍ଗିଲରେ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଲଦାଖରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଭାରତ ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସାମ୍ବିଧାନିକ ଆରକ୍ଷଣ ଦେବା ପାଇଁ କଟିବଦ୍ଧ । କେବଳ ଓବିସି ବର୍ଗ ନୁହେଁ ବରଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଆରକ୍ଷଣର ସାମ୍ବିଧାନିକ ବ୍ୟବସ୍ଥା ହୋଇଛି ।

ନିକଟରେ ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକୋତ୍ତରରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ଆରକ୍ଷଣର ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଦ୍ବାରା ପଛୁଆ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଓଡ଼ିଶା ସମେତ ଭାରତବର୍ଷର ୫ ହଜାର ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହେବେ ।

ଉଚ୍ଚ ଶିକ୍ଷାନୁଷ୍ଠାନ ସଂସ୍ଥା ଗୁଡିକରେ ଆରକ୍ଷଣ ପାଇବାକୁ ଯେଉଁମାନେ ହକଦାର୍‌, ସେମାନଙ୍କୁ ସେମାନଙ୍କ ଅଧିକାର ଦିଆଯିବ । ନୂଆ ଶିକ୍ଷା ନୀତି(ଏନଇପି)ରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଶିକ୍ଷା ସହ ଯୋଡିବା ପାଇଁ ବିଶେଷ ଜୋର ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.