ETV Bharat / city

ଧାନର ଏମଏସପି ବୃଦ୍ଧି: ବିଜେଡି କହିଲା ପର୍ଯ୍ୟାପ୍ତ ନୁହେଁଁ, ଜବାବ ରଖିଲା ବିଜେପି - ବିଜେଡି

ଧାନର ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ବଢ଼ାଇଛନ୍ତି । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରକାଶ କରିଛନ୍ତି ପ୍ରତିକ୍ରିୟା । ଅଧିକ ପଢନ୍ତୁ...

The issue of MSP increase in rice
The issue of MSP increase in rice
author img

By

Published : Jun 2, 2020, 9:00 PM IST

ଭୁବନେଶ୍ବର: ଧାନର ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ବଢ଼ାଇଛନ୍ତି । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ ଏମଏସପି ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ । ସୋମବାର କେନ୍ଦ୍ର ମନ୍ତ୍ରୀ କହିଲେ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ବଢିଛି । କିନ୍ତୁ ସେକଥା ଠିକ ନୁହେଁ । ଦେଢ଼ ଗୁଣା ହେଲେ ପ୍ରାୟ 3300 ଟଙ୍କା ହେଉଛି। ଉତ୍ପାଦନ ଖର୍ଚ୍ଚ ଓ ଆନୁସଙ୍ଗିକ ଖର୍ଚ୍ଚରେ 10 ପ୍ରତିଶତ ଲାଭ ରହିଲେ 2930 ହେବ। ତେଣୁ ଆମେ ସେହି ଦାବି କରିଥିଲୁ । ଚାଷୀ କିଛି ଲାଭ ପାଇବେ । କରୋନା ପାଇଁ ଏବେ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରଭାବ ପଡିଛି । ତେବେ ଆମର ଦାବି ବଳବତ୍ତର ରହିବ ବୋଲି କହିଛନ୍ତି ଦେବୀ ମିଶ୍ର ।

ଧାନର ଏମଏସପି ବୃଦ୍ଧି: ବିଜେଡି କହିଲା ପର୍ଯ୍ୟାପ୍ତ ନୁହେଁଁ, ଜବାବ ରଖିଲା ବିଜେପି

ଆମେ ଏବେ କରୋନା ମୁକାବିଲାରେ ଅଛୁ । ତେଣୁ ପ୍ରତିବାଦ, ଆନ୍ଦୋଳନ କି ଧର୍ମଘଟ ହେବନି। ସରକାର ଖୁସି ନା ନାହିଁ ସରକାର କହିବେ, କିନ୍ତୁ ଆମର ଦାବି 2930 । ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା । ତେଣୁ ବିଧାନସଭା ଚାଲିଲେ ପୁଣି ଏ ବିଷୟରେ ଆଲୋଚନା ହେବ ବୋଲି ଦେବୀ ପ୍ରାସଦ ମିଶ୍ର କହିଛନ୍ତି । ସେପଟେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, ସର୍ବସମ୍ମତି କ୍ରମେ ୨୯୩୦ ଟଙ୍କା ଧାର୍ଯ୍ୟ ହୋଇଥିଲା । ଏବେ ମାତ୍ର ଅଳ୍ପ ବୃଦ୍ଧି କରିଛନ୍ତି, ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଏହାର ଜବାବରେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜେଡି ଯଦି କାଉ କୁ କୋଇଲି କହିବ ପୁରା ଭାରତ ଯେ କହିବ ମାନେ ନାହିଁ । ଯୁକ୍ତିହିନ ଅବାସ୍ତବ ପ୍ରକ୍ରିୟା କରିଛି ବିଜେଡି । ଅନ୍ୟ ରାଜ୍ୟ ସହାୟତା ରାଶି ଭାବରେ ବୋନସ ଦେଉଛନ୍ତି ଏମାନେ ଦେଉ ନାହାଁନ୍ତି କାହିଁକି? ଅବାନ୍ତର କଥା କହୁଛନ୍ତି କାହିଁକି? MSP ନେଇ ରାଜ୍ୟ ପ୍ରସ୍ତାବ ଦିଏ । କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନିଏ । ସବୁ ରାଜ୍ୟର ସ୍ଥିତି, କୃଷି ଉତ୍ପାଦନ ଖର୍ଚ୍ଚ ଓ ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚକୁ ହିସାବକୁ ନେଇ MSP ଧାର୍ଯ୍ୟ କରାଯାଏ ବୋଲି ପୃଥ୍ବୀରାଜ କହିଛନ୍ତି ।

ମୁଦ୍ରାସ୍ପୀତିକୁ ବିଚାରକୁ ନିଆଯାଇ ଏହା ଧାର୍ଯ୍ୟ ହୁଏ । ଭଲ କଥାକୁ ପ୍ରସଂଶା ନ କରି ଓଡିଶାର ଗାରିମାକୁ କଳଙ୍କିତ କରନ୍ତୁ ନାହିଁ। MSP କୁ ନେଇ ଯେଉଁ ଦାବି କରିଛନ୍ତି ତାର ଯୁକ୍ତି ସଂଗତ ତଥ୍ୟ ଦେଇ ପାରିଲେ କି? ଖରିଫ ଓ ରବିର ଧାନ ସଂଗ୍ରହ ବ୍ୟବସ୍ଥାକୁ ପୁରା ମିଲର ହାତକୁ ଟେକି ଦେଇଛନ୍ତି । ମିଲର ଚାହିଁଲେ ଧାନ ଉଠୁଛି । ଏବେ ଧାନ ସଂଗ୍ରହକୁ ବ୍ୟବସ୍ଥିତ କଲେ ଚାଷୀ ଲାଭ ପାଆନ୍ତେ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.