ETV Bharat / city

ଓଡ଼ିଶା ଅପଡେଟ୍: ନିୟନ୍ତ୍ରଣରେ ରାଜ୍ୟ କୋରୋନା ସଂକ୍ରମଣ - ରାଜଧାନୀର କୋରୋନା

BBSR corona
BBSR corona
author img

By

Published : Apr 15, 2020, 12:00 PM IST

Updated : Apr 15, 2020, 8:46 PM IST

20:40 April 15

କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ସୁବର୍ଣ୍ଣପୁରରେ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି। 19 ଟି ଜିଲ୍ଲାରେ 21 ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟରେ ସମସ୍ତ କୋଭିଡ ହସ୍ପିଟାଲରେ 3620ଟି ବେଡ଼ ରହିଛି।  

20:40 April 15

ସଂକ୍ରମଣ ନିୟନ୍ତ୍ରଣ

ଓଡ଼ିଶାର ଲୋକଙ୍କ ପାଇଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ଅନ୍ୟ ରାଜ୍ୟ ତୁଳନାରେ କୋରୋନା ମୁକାବିଲାରେ ଓଡିଶାର ସ୍ଥିତି ନିୟନ୍ତ୍ରଣରେ ରହିଛି। ରାଜ୍ୟରେ 60 ଟି କୋଭିଡ-19 କେସ୍‌ ରହିଛି। ସେଥିମଧ୍ୟରୁ 18 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏବଂ 5500 ଜଣଙ୍କୁ ଟେଷ୍ଟ କରାଯାଇଛି ।

10:22 April 15

7 ଆଇଏଏସଙ୍କୁ ଦାୟିତ୍ବ

ଭୁବନେଶ୍ବର:କୋଭିଡ 19 ପାଇଁ ଚିନ୍ତାରେ ଭୁବନେଶ୍ୱର। ଏନେଇ ଏକ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ବଛା ବଛା ଆଇଏଏସ ଙ୍କୁ ଦାୟିତ୍ୱ ଦିଆଯାଇଛି। 7 ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ଉତ୍ତର ଜୋନ ପାଇଁ ଏସି, ଏସଟି ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଦକ୍ଷିଣ ଓ ପୂର୍ବ ଜୋନ ପାଇଁ ଅବକାରୀ ସଚିବ ସୁଶୀଲ ଲୋହାନି ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଦକ୍ଷିଣ ଓ ପଶ୍ଚିମ ଜୋନ ପାଇଁ ଅର୍ଥ ସଚିବ ଅଶୋକ ମୀନା, ସାମଜିକ ସୁରକ୍ଷା ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି।

Last Updated : Apr 15, 2020, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.