ETV Bharat / city

ଅପରିଣାମଦର୍ଶୀ ଚିଠି ଲେଖିବାରେ ସରକାରଙ୍କର କୌଣସି ପଟାନ୍ତର ନାହିଁ: ପୃଥ୍ବୀରାଜ - Bjd party

ଜାତି ଭିତ୍ତିକ କାର୍ଡ ଖେଳିବାକୁ ରାଜ୍ୟ ସରକାର ମନ ବଳାଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ନେତା ।ଅଧିକ ପଢନ୍ତୁ...

ଅପରିଣାମଦର୍ଶୀ ଚିଠି ଲେଖିବାରେ ସରକାରଙ୍କର କୌଣସି ପଟାନ୍ତର ନାହିଁ: ପୃଥ୍ବୀରାଜ

author img

By

Published : Jul 21, 2021, 10:23 PM IST

Updated : Jul 23, 2021, 2:43 PM IST

ଭୁବନେଶ୍ବର: ଅପରିଣାମଦର୍ଶୀ ଚିଠି ଲେଖିବାରେ ଓଡ଼ିଶା ସରକାରଙ୍କ କୌଣସି ପଟାନ୍ତର ନାହିଁ । ଯେକୌଣସି ସମୟରେ ଚିଠି ଗୁଡିକ ଲେଖନ୍ତି ତାର ପରିଣାମ କଣ ଥାଏ ନଥାଏ ସେ ବାବଦରେ ଚିନ୍ତା କରିବା ପୁର୍ବରୁ ତାଙ୍କ ଉପଦେଷ୍ଟା ମାନଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଚିଠିରେ ଦସ୍ତଖତ କରନ୍ତି । ବାସ୍ତବିକ ତାହା ଜାତିଭିତ୍ତିକ ଜନଗଣନା ହୋଇଗଲେ କିଛି ଗୋଟିଏ ବହୁତ ବଡ଼ ବିକାଶର ରାସ୍ତା ଖୋଲିଯିବ ଏକଥା ଭାବିବା ଭୁଲ । ଅନୁସୁତିତ ଜାତି ଓ ଜନଜାତି ର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟସରକାର ଅକ୍ଷମ ଅଟନ୍ତି ।

ଅପରିଣାମଦର୍ଶୀ ଚିଠି ଲେଖିବାରେ ସରକାରଙ୍କର କୌଣସି ପଟାନ୍ତର ନାହିଁ: ପୃଥ୍ବୀରାଜ

ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଭୁମିହୀନ ଆଦିବାସୀ ଲୋକ ମାନଙ୍କୁ ଯେଉଁ ଜମିପଟା ଦେବାକଥା ତାକୁ ବି ସଠିକ୍ ରୂପେ ୧୦ ପ୍ରତିଶତ ଲୋକଙ୍କୁ ଦିଆଯାଇ ପାରିନାହିଁ । ରାଜ୍ୟ ସରକାର ନିଜର ଯେଉଁ କାମ କରିବା କଥା ତାକୁ ନକରି ଅନ୍ୟଥା ଯେଉଁ ବିବାଦ କରିବାର ଅଭ୍ୟାସ ରହିଛି ତାକୁ ପରିତ୍ୟାଗ କରନ୍ତୁ । କେନ୍ଦ୍ର ଗୄହ ରାଷ୍ଟ୍ର ମନ୍ତ୍ରୀ ଯେଉଁ କଥା କହିଛନ୍ତି ଯଥାର୍ଥ କଥା କହିଛନ୍ତି । ରାଜ୍ୟ ସରକାର ଅନାବଶ୍ୟକ ଭାବେ ଲେଖିଥିଲେ । ଏଥିରେ କୌଣସି ରାଜନୈତିକ ଦ୍ବନ୍ଦ ରହିବା ଆବଶ୍ୟକତା ନାହିଁ । ପଛୁଆ ବର୍ଗରେ ଚିହ୍ନଟ ତାଲିକା ରାଜ୍ୟ ସରକାରଙ୍କ ପାଖରେ ଅଛି।

କିନ୍ତୁ ସେପଟେ ଲୋକଙ୍କ ପାଖରେ ବିକାଶର ଯୋଜନା ପହଞ୍ଚି ପାରୁନି । ବିଜେଡି ଦଳ ଯେଉଁ ଜାତି ରାଜନୀତିର ସୂତ୍ରପାତ କରିବାକୁ ଚାହୁଁଛି ସେଥିରେ ପୂର୍ବରୁ ବିହାର ଉତ୍ତରପ୍ରଦେଶ ଭଳି ରାଜ୍ୟ ରୋଗର ଶିକାର ହୋଇଛନ୍ତି ବୋଲି ଦୃଢୋକ୍ତି ରଖିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ସେ ମଧ୍ୟ କହିଛନ୍ତି କି ରାଜ୍ୟ ସରକାର ଯେଉଁ ଜାତି କାର୍ଡ ଖେଳିବାକୁ ଚାହୁଁଛନ୍ତି ସେଥିରୁ ନିବୃତ୍ତ ରୁହନ୍ତୁ ନଚେତ ଆଗାମୀ ଦିନରେ ଓଡିଶାର ଜନସାଧାରଣଙ୍କ ପାଇଁ ସମସ୍ୟା ଯେ ସୃଷ୍ଟି ନହେବ ତାକୁ ଏଡାଇ ଦିଆଯାଇ ନପାରେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jul 23, 2021, 2:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.