ଭୁବନେଶ୍ବର: ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ଘରୁ ମିଳିଲା ଯୁବତୀଙ୍କ ମୃତଦେହ । ମୃତ ଯୁବତୀଙ୍କ ନାଁ ମମାଲି ଜେନା, ତାଙ୍କ ଘର ଭୁବନେଶ୍ବର ଭୀମଟାଙ୍ଗୀ ଅଞ୍ଚଳରେ ।
ଯୁବତୀ ଜଣଙ୍କ ଡାକ୍ତରଙ୍କ ଘରକୁ ନିତିଦିନ କାମ କରିବା ପାଇଁ ଆସନ୍ତି । ମୃତଦେହ ମିଳିବା ଘଟଣାସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ମା’ଙ୍କ ଅଭିଯୋଗ ଅନୁସାରେ କୁଲୁ ଦାସ ନାମକ ଜଣେ ଯୁବକ ଝିଅକୁ ପ୍ରେମ କରୁଥିଲେ । ତେବେ କାହିଁକି ଏପରି କଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତନାଘନା ଚଲାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ