ETV Bharat / city

ସଂସ୍କୃତି ଭବନରେ ନୌବାଣିଜ୍ୟ କିମ୍ବଦନ୍ତୀକୁ ତାଜା କଲା ଗ୍ୟାଲେରୀ - bhubaneswar news

ରାଜଧାନୀରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରୀର ଉନ୍ମୋଚନ । ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଖ୍ୟ ଅତିଥି ଭାବେ ଯୋଗ ଦେଇ ଅନଲାଇନରେ ଏହାର ଭର୍ଚୁଆଲ ଉନ୍ମୋଚନ କରିଥିଲେ । ଅଧିକ ପଢନ୍ତୁ...

ସଂସ୍କୃତି ଭବନରେ ନୌବାଣିଜ୍ୟ କିମ୍ବଦନ୍ତୀକୁ ତାଜା କଲା ଗ୍ୟାଲେରୀ

author img

By

Published : Jul 31, 2020, 10:02 PM IST

ଭୁବନେଶ୍ବର: ରାଜଧାନୀରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରୀର ଉନ୍ମୋଚନ । ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଖ୍ୟ ଅତିଥି ଭାବେ ଯୋଗ ଦେଇ ଅନଲାଇନରେ ଏହାର ଭର୍ଚୁଆଲ ଉନ୍ମୋଚନ କରିଥିଲେ ।

ଗ୍ୟାଲେରୀର ଶୁଭ ଉନ୍ମୋଚନ ଅବସରରେ ମନ୍ତ୍ରୀ କହିଥିଲେ ଯେ, ଏହି ଗ୍ୟାଲେରୀ ଆଗାମୀ ପିଢ଼ି ପାଇଁ ବହୁ ଉପାଦେୟ ହେବା । ଏଥିସହ ଏ କ୍ଷେତ୍ରରେ କାର୍ଯ୍ୟରତ ଗବେଷକ, ଜିଜ୍ଞାସୁ ଓ ଇତିହାସ ପ୍ରେମୀମାନଙ୍କୁ ଏହା ବହୁ ମୂଲ୍ୟବାନ ତଥ୍ୟ ଯୋଗାଇପାରିବ । ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଆମାନେ ନୌ-ବାଣିଜ୍ୟରେ କିପରି ନିପୁଣ ଥିଲେ ସେ ଉପରେ ଆଲୋପାତ କରିଥିଲେ । ସେମାନେ ଦରିଆପାରି ଦେଶମାନଙ୍କରେ ବାଣିଜ୍ୟ କରି କେବଳ ଧନ ଅର୍ଜନ କରୁନଥିଲେ ବରଂ ସେଠାରେ ସେମାନେ ସାଂସ୍କୃତିକ ଔପନିବେଶ ପ୍ରତିଷ୍ଠା କରିପାରିଥିଲେ ।

ସଂସ୍କୃତି ଭବନରେ ନୌବାଣିଜ୍ୟ କିମ୍ବଦନ୍ତୀକୁ ତାଜା କଲା ଗ୍ୟାଲେରୀ
ସଂସ୍କୃତି ଭବନରେ ନୌବାଣିଜ୍ୟ କିମ୍ବଦନ୍ତୀକୁ ତାଜା କଲା ଗ୍ୟାଲେରୀ

ଏବେ ବି ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆରେ ହିନ୍ଦୁ କିମ୍ବଦନ୍ତୀ ଐତିହ୍ୟ ଦେଖିବାକୁ ମିଳେ । ସେହିପରି ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଥିଲେ ଯେ, ଆମ ଇତିହାସର ପ୍ରକୃତ ମୂଲ୍ୟାଙ୍କନ କରିବାରେ କିଛିଟା ତ୍ରୁଟି ରହିଛି । ନଚେତ ଓଡ଼ିଆମାନେ ହିଁ ବୋଧହୁଏ ସର୍ବପ୍ରଥମ ଉପନିବେଶ ପ୍ରତିଷ୍ଠା କରିଥିଲେ ବୋଲି ଅନୁମାନ କରାଯାଏ ବୋଲି ଉଲ୍ଲେଖ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ଡ. ସୁନୀଲ କୁମାର ପଟ୍ଟନାୟକ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ଗ୍ୟାଲେରୀ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ ।

ନୌବାଣିଜ୍ୟ ଐତିହ୍ୟ ବିଷୟରେ ଗବେଷଣା କରୁଥିବା ଗବେଷକମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ । ସାଧାରଣ ଦର୍ଶକ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟର ବିକାଶ ଏବଂ ଏହାର ବ୍ୟାପକତା ବିଷୟରେ ସୂଚନା ଦିଆଯାଇଛି । ଏଠାରେ ପ୍ରଦର୍ଶିତ ହୋଇଥିବା ସାମଗ୍ରୀଗୁଡ଼ିକ ଭାରତର ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ କରାଯାଇଛି । ପ୍ରତ୍ତ୍ନତାତ୍ତ୍ବିକ ପ୍ରମାଣଗୁଡ଼ିକ ବିଶେଷ ଭାବରେ ପ୍ରଦର୍ଶିତ କରାଯାଇଛି । ସାମଗ୍ରିକ ଭାବେ ଏହା ଏକ ନୂତନ ପ୍ରୟାସ ଯେଉଁଠାରେ କି ଓଡ଼ିଶାର ପ୍ରାଚୀନ ବୈଭବର ଏକ ଦୃଷ୍ଟାନ୍ତ ଏହି ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଛି ।

ତେବେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଗ୍ୟାଲେରୀ । ପରେ ପ୍ରତିଷ୍ଠାନ ତରଫରୁ ପ୍ରଣିତ ଇଂରାଜୀ ପୁସ୍ତିକା ‘ଦି ଇଣ୍ଟିମେଟ୍‌ ଏନ୍‌କାଉଣ୍ଟର୍ସ, ଅର୍ଲି ଓଡ଼ିଶା ଆଣ୍ଡ ସାଉଥ୍‌ ଇଷ୍ଟ ଏସିୟା’ର ଏବଂ ବିଶ୍ବ ମହାମାରୀ କୋରୋନାରେ ପ୍ରପୀଡ଼ିତ ମାନଜାତିର ପରିବର୍ତ୍ତିତ ଜୀବନଚର୍ଯ୍ୟା, ମାନସିକ ସ୍ଥିତି, ଆତଙ୍କ ଓ ଆଶୀର୍ବାଦର ଏକ ସୁନ୍ଦର ଉପସ୍ଥାପନାକୁ ନେଇ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ବାରା ଲିଖିତ ଓ ‘ସୃଜନ’ ପ୍ରକାଶିତ କ୍ଷୁଦ୍ର ପୁସ୍ତିକା 'ଲକଡାଉନ୍' ଉନ୍ମୋଚିତ ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.