ETV Bharat / city

ରାଜ୍ୟରେ ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ତାଲିକା - ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ତାଲିକା

ରାଜ୍ୟରେ ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ତାଲିକା । ପ୍ରଥମ ପର୍ଯ୍ୟାୟରେ 1401 ଜଣଙ୍କର ନାମଲେଖା ପାଇଁ ତାଲିକା ପ୍ରକାଶିତ ପାଇଛି । ଅଧିକ ପଢନ୍ତୁ

ରାଜ୍ୟରେ ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ତାଲିକା

author img

By

Published : Feb 5, 2022, 8:51 PM IST

ଭୁବନେଶ୍ବର: ରାଜ୍ୟରେ ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ତାଲିକା । ପ୍ରଥମ ପର୍ଯ୍ୟାୟରେ 1401 ଜଣଙ୍କର ନାମଲେଖା ପାଇଁ ତାଲିକା ପ୍ରକାଶିତ ପାଇଛି । ରାଜ୍ୟ କୋଟାରେ 1312ଟି MBBS ଓ 154ଟି BDS ସିଟ୍‌ ଉପଲବ୍ଧ ରହିଥିବା ବେଳେ ଡାକ୍ତରୀ ପାଇଁ ରାଜ୍ୟ ମେଧା ତାଲିକାରେ 4766 ଜଣଙ୍କ ନାଁ ରହିଛି ।

ତେବେ ପ୍ରୋଭିଜନାଲ ନାମଲେଖା ପାଇଁ 7 ତାରିଖ ଠାରୁ 12 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ରିପୋର୍ଟିଂ କରିବେ ଛାତ୍ରଛାତ୍ରୀ । ସେହିଭଳି ମଧ୍ୟ 7 ତାରିଖ ଠାରୁ 12 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ପ୍ରତ୍ୟାହାର କରିପାରିବେ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଫେବୁଆରୀ 14 ତାରିଖରେ ଖାଲିଥିବା ସିଟ ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ଥର ପଞ୍ଜିକରଣ ପାଇଁ 15 ତାରିଖରୁ 16 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ତେବେ ନାମଲେଖା ପାଇଁ ଅଧିକ ଜାଣିବାକୁ ହେଲେ www.ojee.nic.in ମଧ୍ୟରେ ପାଇପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.