ETV Bharat / city

‘ଶେଷ ଲୋକ ପକ୍କାଘର ନପାଇବା ଯାଏଁ ଲଢେଇ ଜାରି ରଖିବ BJP’ - samir mohanty news

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରିଛି ଏକ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ଶେଷ ଲୋକଙ୍କୁ ପକ୍କା ଘର ନମିଳିବା ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢ଼ନ୍ତୁ...

The fight will continue until the last person finds the concrete house says state president samir mohanty
ଶେଷ ଲୋକ ପକ୍କାଘର ନପାଇବା ଯାଏଁ ଲଢେଇ ଜାରି ରହିବ: ସମୀର ମହାନ୍ତି
author img

By

Published : Aug 5, 2021, 4:33 PM IST

ଭୁବନେଶ୍ବର: ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କୁବେରା ଗ୍ରାମ ପଞ୍ଚାୟତ ଗସ୍ତ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ବିଜେପି ରାଜ୍ୟ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ଏହି ଅବସରରେ ସେ ରାଜ୍ୟ ସରକାର ଓ ସରକାରୀ କଳକୁ ଟାର୍ଗେଟ କରିଛନ୍ତି । ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଶାସକ ଦଳ ପୋଲିସ ଦ୍ୱାରା ନିର୍ଯାତନା ଦେଉଛି । ସେପଟେ ଶେଷ ଲୋକ ପକ୍କାଘର ନପାଇବା ଯାଏଁ ରାଜ୍ୟରେ ବିଜେପି ଲଢେଇ ଜାରି ରଖିବ ବୋଲି କହିଛନ୍ତି ସମୀର ।

‘ଶେଷ ଲୋକ ପକ୍କାଘର ନପାଇବା ଯାଏଁ ଲଢେଇ ଜାରି ରଖିବ BJP’

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର କୁବେରା ଗ୍ରାମପଞ୍ଚାୟତକୁ ଗସ୍ତ କରିଥିଲେ । ତିହିଡି ବ୍ଲକର ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ଏହି ପଞ୍ଚାୟତ ବାସିନ୍ଦା । କୁବେରା ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇନାହାଁନ୍ତି । ଗାଁ ରାସ୍ତାରେ ନାଳ ପାଣି ବୋହୁଛି । ଗାଁ ଗାଁରେ ବିଦ୍ୟୁତ୍ ନାହିଁ । ପୋଲିସ ଲୋକଙ୍କୁ ଭୟଭୀତ କରାଉଛି । ଏହାର ରାଜନୈତିକ ଉତ୍ତର ନିଶ୍ଚିତ ଭାବେ ବିଜେପି ଦେବ ବୋଲି କହିଛନ୍ତି ସମୀର ମହାନ୍ତି ।

କୁବେରବାସୀଙ୍କୁ କେବେ ପକ୍କା ଘର ମିଳିବ ବୋଲି ବିଜେପି ପ୍ରଶ୍ନ କରିଛି । ଏହା ସହ ନୂଆପାଟଣା ଓ ଭଣ୍ଡାରୀପୋଖରୀ ବ୍ଲକ ମଧ୍ୟ ଗସ୍ତ କରିଥିଲେ ପ୍ରତିନିଧି ଦଳ । ସେଠାରେ ମଧ୍ୟ ସମାନ ଅବସ୍ଥା ବିଜେପି ଦେଖିବାକୁ ପାଇଛି । ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ସରକାରୀ ଅଧିକାରୀ । ଭଣ୍ଡାରୀପୋଖରୀରେ 8ଟି ପରିବାରକୁ ପକ୍କା ଘର ଯୋଜନାରେ ସାମିଲ କରାଯାଇ ପାରିନାହିଁ । ପ୍ରଶାସନକୁ ଏ ବାବଦରେ ଜଣାଇଲେ ସୁଦ୍ଧା କିଛି ଲାଭ ହେଉନାହିଁ । ସାଧାରଣ ଲୋକ ସ୍ୱତଃ ପ୍ରଭୃତ ଭାବରେ ଅଭିଯୋଗ କରିବାକୁ ଗଲେ ପ୍ରଶାସନ ତାହାର ସମାଧାନ କରୁନାହିଁ । ଦୋଷୀ ଉପରେ କୌଣସି ଦଣ୍ଡ ବିଧାନ ହେଉନଥିବା ଅଭିଯୋଗ ହୋଇଛି ।

ଆବାସ ଯୋଜନାରେ 1 ହଜାର କୋଟିର ଦୁର୍ନୀତି ହୋଇଥିବା କଥା ବିଜେପି ପୂର୍ବରୁ ଉଠାଇଥିଲା । ଏହାକୁ ନେଇ ବେଗୁନିଆ ପଞ୍ଚାୟତର ଜଣେ ପିଇଓଙ୍କୁ ନିଲମ୍ବନ କରାଯାଇଛି । ଦୁର୍ନୀତିକୁ ପ୍ରତିରୋଧ କଲେ ପୋଲିସ ନାଲି ଆଖି ଦେଖାଉଛି । ରାତି ଅଧରେ ୪୦ରୁ ୫୦ ପୋଲିସ କବାଟ ତାଡି ଜଣେ କର୍ମକର୍ତ୍ତାଙ୍କୁ ଗିରଫ କରିଛନ୍ତି । ଏଥିରେ ବିଜେପି ଡରିବ ନାହିଁ । ଯେଉଁ ପ୍ରଶାସନିକ ଅଧିକାରୀ ମାନେ ଆବାସ ଯୋଜନା ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି ତାଙ୍କୁ କେବେ ଗିରଫ କରାଯିବ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛି ବିଜେପି । ପ୍ରଧାନମନ୍ତ୍ରୀ 2022 ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର କରିବା ପାଇଁ ସ୍ବପ୍ନ ଦେଖିଛନ୍ତି । ସେଥିପାଇଁ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ 30 ଲକ୍ଷ ପକ୍କାଘର ଆସିଛି । ପୂର୍ବରୁ ଅନେକ ପକ୍କାଘର ଦିଆଯାଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଲୋକେ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।

ରାଜ୍ୟ ସରକାର ପିଠା ଯୋଜନା କରିଥଲେ । ହେଲେ ପିଠା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଆଜି ଯାଏଁ ପକ୍କା ଘର ମିଳିନାହିଁ । ପିଠା ଯୋଜନା କେଵଳ କଣ ନିର୍ବାଚନ ଜିତିବା ପାଇଁ ଆରମ୍ଭ ହୋଇଥିଲା କି ବୋଲି ପ୍ରଶ୍ନବାଣ ମାରିଛି ବିଜେପି । ଶେଷ ଲୋକ ପକ୍କାଘର ନପାଇବା ଯାଏଁ ବିଜେପି ତାର ଲଢେଇ ଜାରି ରଖିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଲେଖଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.