ETV Bharat / city

ରାଜ୍ୟ ସରକାରଙ୍କ ପାଇଁ ସାର କଳାବଜାରୀ ହେଉଛି: କଂଗ୍ରେସ

ଚାଷୀଙ୍କୁ ସାର ଦେଇପାରୁ ନାହାନ୍ତି, ଚାଷୀଙ୍କ ଆୟ କେବେ ଦ୍ୱିଗୁଣିତ ହେବ ବୋଲି ପ୍ରଶ୍ନ କରିଛି କଂଗ୍ରେସ କିଷାନ ସେଲ? ଏନେଇ ଆଜି ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ପାଇଁ ସାର କଳାବଜାରୀ ହେଉଛି: କଂଗ୍ରେସ
ରାଜ୍ୟ ସରକାରଙ୍କ ପାଇଁ ସାର କଳାବଜାରୀ ହେଉଛି: କଂଗ୍ରେସ
author img

By

Published : Aug 2, 2021, 9:04 PM IST

ଭୁବନେଶ୍ବର: ଚାଷୀଙ୍କୁ ସାର ଦେଇପାରୁ ନାହାନ୍ତି, ଚାଷୀଙ୍କ ଆୟ କେବେ ଦ୍ୱିଗୁଣିତ ହେବ ବୋଲି ପ୍ରଶ୍ନ କରିଛି କଂଗ୍ରେସ କିଷାନ ସେଲ? ଏନେଇ ଆଜି ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ସାର ଯୋଗାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଚାଷୀ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ସାର କଳାବଜାରୀ ମଧ୍ୟ ବଢୁଥିବା ଅଭିଯୋଗ କରିଛି କଂଗ୍ରେସ ।

ରାଜ୍ୟ ସରକାରଙ୍କ ପାଇଁ ସାର କଳାବଜାରୀ ହେଉଛି: କଂଗ୍ରେସ

କେନ୍ଦ୍ର ସରକାର ବଳକା ସାର ରାଜ୍ୟକୁ ତୁରନ୍ତ ପ୍ରଦାନ କରନ୍ତୁ ଏବଂ ରାଜ୍ୟ ସରକାର ସୂଚାରୁ ରୁପେ ଚାଷୀଙ୍କୁ ବିତରଣ କରନ୍ତୁ ବୋଲି କହିଛି କଂଗ୍ରେସ । ଯଦି ସାର କଳାବଜାରୀ ରୋକା ନଯାଏ ତେବେ, ଆସନ୍ତା 4 ତାରିଖରେ ସବୁ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି କଂଗ୍ରେସ କିଷାନ ସେଲ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.