ଭୁବନେଶ୍ବର: କୋରୋନା ମହାମାରୀ ଦ୍ଵିତୀୟ ଲହରରେ ଲକ୍ଷାଧିକ ଲୋକ ସଂକ୍ରମିତ ହେବା ସହ ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କୋଭିଡ କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି ।
ସେହିପରି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶଙ୍କ ତତ୍ତ୍ଵାବଧାନରେ ଭୁବନେଶ୍ଵର ପାଇଁ ଏକ ୨୪ ଘଣ୍ଟିଆ କୋଭିଡ କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି । ଦାଶ କହିଛନ୍ତି ଯେ, ଏହି କଣ୍ଟ୍ରୋଲ ରୁମ୍ ଜରିଆରେ ଭୁବନେଶ୍ବରରେ ଅସୁବିଧାରେ ପଡ଼ିଥିବା ସାଧାରଣ ଲୋକ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରି ଅକ୍ସିଜେନ, ହସ୍ପିଟାଲରେ ଆଇସିୟୁ, କୋଭିଡ ପରୀକ୍ଷଣ କେନ୍ଦ୍ର ଏବଂ କୋଭିଡ ଟିକାଦାନ ସଂପର୍କିତ ସୂଚନା ଓ ସହଯୋଗ ପାଇପାରିବେ ।
ଏହି କମଟିରେ ପ୍ରଦେଶ କଂଗ୍ରେସ କମିଟି କୋଭିଡ କଣ୍ଟ୍ରୋଲ ରୁମ୍ ସଦସ୍ୟ ସୁବ୍ରତ ମହାପାତ୍ର (୯୧୩୨୭୮୫୬୨୪) ଙ୍କୁ ଭୁବନେଶ୍ବର ଜିଲ୍ଲା କଣ୍ଟ୍ରୋଲ ରୁମ୍ ଇନଚାର୍ଯ୍ୟ କରାଯାଇଛି ଏବଂ ଜୟକୃଷ୍ଣ ସୁବୁଦ୍ଧି (୭୦୦୮୧୪୪୦୧୩) କୋ-ଇନଚାର୍ଯ୍ୟ ରହିଛନ୍ତି। ଏଥିରେ ମୋହନ ଜେନା (୭୯୭୮୩୬୫୬୫୯), ଆଶିଷ ମଲ୍ଲିକ (୭୯୭୮୧୧୩୪୬୧), ପ୍ରମେଶ ସାହୁ (୯୭୭୮୮୧୨୭୦୭) ସେକ ତାକୁୱିନ୍ (୯୦୪୦୪୦୩୨୦୭), ଇଂ ଶିବନ ମୁସାରଫ (୯୬୯୨୦୦୨୬୩୮) ସେକ ନିୟାଜୁଲ ଇସଲାମ (୭୦୦୮୯୪୬୫୪୪) ପ୍ରମୁଖ କଣ୍ଟ୍ରୋଲ ରୁମ୍ ସଦସ୍ୟ ଅଛନ୍ତି ।
ସେହିଭଳି ଭୁବନେଶ୍ଵରର ବ୍ଳକ-୧ ମନୋରଞ୍ଜନ ଜେନା (୭୯୭୮୭୩୨୩୩୮), ବ୍ଳକ-୨ ଅଶୋକ ଦାଶ (୯୯୩୭୭୩୨୬୨୫), ବ୍ଳକ-୩ ବ୍ରହ୍ମାନନ୍ଦ ସାହୁ (୯୦୭୮୧୨୮୯୬୦), ବ୍ଲକ-୪ ଅନ୍ୟର ଖାନ (୯୭୭ ୬୬୭୪୧୬୪), ବ୍ଳକ-୫ ଦେବରାଜ ମିଶ୍ର (୭୦୦୮୫୩୫୫୧୬), ବ୍ଳକ-୬ ଶ୍ରୀଧର ବଳିଆର ସିଂ (୬୩୭୧୩୩୫୯୮୬), ବ୍ଳକ-୭ ମିହିର ଆଚାର୍ଯ୍ୟ (୯୪୩୭୩୫୬୨୨୯), ବ୍ଲକ-୮ ମନୋରଞ୍ଜନ ବଟୁ (୮୨୪୯୩୧୪୨୪୪), ବ୍ଲକ-୯ ସେକ ଆଫତାବ ଅଲ୍ଲି (୮୦୯୩୬୯୪୭୯୭), ବ୍ଲକ-୧୦ ଇନ୍ଦ୍ରଜିତ ପରିଡ଼ା (୯୮୬୧୩୫୫୪୪୨) ଙ୍କୁ ବ୍ଳକ ସଂଯୋଜକ ଭାବେ ଦାୟିତ୍ବ ଦିଆଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ