ETV Bharat / city

କେନ୍ଦ୍ରର ବିଫଳତାକୁ ନେଇ ସୋସିଆଲ ମିଡିଆରେ ବିରୋଧ କରିବ କଂଗ୍ରେସ - କେନ୍ଦ୍ରର ବିଫଳତା

କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଡିଜିଟାଲ ପ୍ଲାଟପର୍ମର ସାହାଯ୍ୟ ନେବ । ସୂଚନା ଅନୁସାରେ ଆସନ୍ତା 28 ତାରିଖରେ କଂଗ୍ରେସ ପକ୍ଷରୁ ସମଗ୍ର ଦେଶରେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଅବଗତ କରାଇବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି । ଅଧିକ ପଢନ୍ତୁ...

oppose-the-failure-of-the-center-on-social-media

author img

By

Published : May 26, 2020, 8:39 PM IST

ଭୁୂବନେଶ୍ବର: ମୋଦି ସରକାରଙ୍କ ଦିତୀୟ ପାଳିର ଗୋଟିଏ ବର୍ଷ ପୁର୍ତ୍ତି ଅବସରରେ ବିଜେପି ପକ୍ଷରୁ ଏହାର ଉପଲବ୍ଧିକୁ ନେଇ ଯୋଜନା କରୁଛି । ସେପଟେ କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଡିଜିଟାଲ ପ୍ଲାଟପର୍ମର ସାହାଯ୍ୟ ନେବ । ସୂଚନା ଅନୁସାରେ ଆସନ୍ତା 28 ତାରିଖରେ କଂଗ୍ରେସ ପକ୍ଷରୁ ସମଗ୍ର ଦେଶରେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଅବଗତ କରାଯିବ । 11 ରୁ 2 ଟା ଭିତରେ ଅନଲାଇନ କ୍ୟାମ୍ପନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

କେନ୍ଦ୍ରର ବିଫଳତାକୁ ନେଇ ସୋସିଆଲ ମିଡିଆରେ ବିରୋଧ କରିବ କଂଗ୍ରେସ

ଶ୍ରମିକ ଓ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି ସେକଥା ଲୋକଙ୍କୁ କହିବେ । ଏହାସହ କରୋନା ମୁକାବିଲାରେ ସରକାର କିପରି ଫେଲ ତାହା ଲୋକଙ୍କୁ ଜଣାଇବାକୁ 28 ତାରିଖରେ କାର୍ଯ୍ୟକ୍ରମର ଆୟୋଜନ କରିବୁ। ବର୍ତ୍ତମାନର ସ୍ଥିତି ପାଇଁ ବିଜେପି ସରକାର ଦାୟୀ । ଏ ଆତ୍ମ ପ୍ରଚାରର ସରକାର। ସବୁ ତାଲା ଖୋଲିଲାଣି ହେଲେ ଗଣତନ୍ତ୍ର ତାଲାକୁ ଲକ୍ ଡାଉନ କରି ରଖିଛନ୍ତି। ଏହାସହ ରାଜ୍ୟରେ ପ୍ରବାସୀଙ୍କ ପାଇଁ 7 ଲକ୍ଷ ବେଡ଼ କରିଛନ୍ତି ବୋଲି କହୁଛନ୍ତି ହେଲେ 3 ଲକ୍ଷ ଆସିବା ପରେ ହାତ ଟେକି ଦେଲେଣି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।

ସରକାର ପ୍ରଚାର କରୁଛନ୍ତି, ଲୋକେ ପ୍ରତାରିତ ହେଉଛନ୍ତି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଚାଇନାକୁ ଟପିଲାଣି। ଲକଡାଉନ କିଛି କାମ ଦେଲାନି। ଏହା ସହ 10,000 ଲେଖାଏଁ ଶ୍ରମିକ ମାନଙ୍କ ଖାତାକୁ ପଠାଇବା ପାଇଁ ଦାବି କରିବା ସହ ପ୍ରବାସୀ ଙ୍କ ସୁରକ୍ଷିତ ଯାତ୍ରା କରାଇବା ଉପରେ ମଧ୍ୟ ଦଳ ଗୁରୁତ୍ୱ ଦେବ ବୋଲି କହିଛନ୍ତି ନିରଞ୍ଜନ ।

ଭୁୂବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.