ଭୁବନେଶ୍ବର: ରାଜ୍ୟରେ ଲକଡାଉନ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଦିନ ମଜୁରିଆ, ଭିକ୍ଷାବୃତ୍ତି କରୁଥିବା ଲୋକ ଓ ନିରାଶ୍ରୟମାନେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ କ୍ଷୁଧା ମେଣ୍ଟାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ସାହାଯ୍ୟର ହାତ ବଢ଼ାଇଛନ୍ତି ।
![ରାଜଧାନୀରେ ନିରାଶ୍ରୟ ଓ ଭିକ୍ଷୁକଙ୍କୁ ଖାଦ୍ୟ ବାଣ୍ଟୁଛି କଂଗ୍ରେସ](https://etvbharatimages.akamaized.net/etvbharat/prod-images/od-bbsr-13-congress-food-7209787_12052021184850_1205f_1620825530_350.jpg)
ଲକଡାଉନ୍ ଆରମ୍ଭରୁ ଆଜିକୁ ୮ ଦିନ ହେବ ଶିଶୁଭବନ ଛକରୁ ବାଣୀବିହାର, ରାଜମହଲ ଛକରୁ ଏଜି ଛକ ଦେଇ ଆଚାର୍ଯ୍ୟ ବିହାର, ଜୟଦେବ ବିହାରରୁ ପାୱାର ହାଉସ ଛକ ରାସ୍ତାରେ ଦିନ ମଜୁରିଆ ଓ ଭିକ୍ଷାବୃତ୍ତି କରୁଥିବା ନିରାଶ୍ରୟଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ବଣ୍ଟନ କରାଯାଉଛି । ସେହିପରି ଆଜି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ସହଯୋଗିତାରେ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି ।
ରାଜୀବଙ୍କ ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ । ସରକାରୀ କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଗ୍ଲୋବ୍ସ-ମାକ୍ସ ବ୍ୟବହାର, ସ୍ୱଚ୍ଛତା ଅବଲମ୍ବନ ସହ ସାମାଜିକ ଦୂରତା ରକ୍ଷା କରି ଖାଦ୍ୟ ବଣ୍ଟନ କରାଯାଉଛି । ରାଜୀବଙ୍କ ବ୍ୟକ୍ତିଗତ ଉଦ୍ୟମରେ ପ୍ରତିଦିନ ୪୦୦-୫୦୦ ଗରିବ ଶ୍ରେଣୀୟ ଲୋକଙ୍କ କ୍ଷୁଧା ନିବାରଣ ହୋଇପାରୁଛି ବୋଲି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ କହିଛନ୍ତି ।
ଏହି ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଗୋପନ ମାର୍ଥା, ରୋହିତ ସାମଲ, ଅଭିନାଶ ମହାନ୍ତି, ଶୁଭ୍ରଜ୍ୟୋତି ଲେଙ୍କା, ସାଗର ପଟ୍ଟନାୟକ, ଯଜ୍ଞ ମହାନ୍ତି, ସଂଗ୍ରାମ ନାୟକ, କିଶୋର ଦାଶ, ଚିନ୍ମୟ ବଳିଆର ସିଂ, ବାଦଲ ମହାନ୍ତି, ଶିବ ପ୍ରସାଦ ସାହୁ, ମନୋରଞ୍ଜନ ପୃଷ୍ଟି, ବିକାଶ ମହାନ୍ତି ଏବଂ ଅନ୍ୟ ଯୁବ ବନ୍ଧୁ ମାନେ ସହଯୋଗ କରୁଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ