ETV Bharat / city

ରାଜ୍ୟର ମରୁଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ମରୁଡି ସମସ୍ୟା ଦେଖାଦେଇଛି । ଏନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ଦଳ । ଅଧିକ ପଢନ୍ତୁ...

author img

By

Published : Aug 23, 2021, 7:17 PM IST

ରାଜ୍ୟର ମରୁଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ରାଜ୍ୟର ମରୁଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିକୁ ନେଇ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବାର କିଛି କ୍ଷଣ ମଧ୍ୟରେ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ସରକାର ମରୁଡି ସ୍ଥିତିକୁ ଗମ୍ଭୀରତାର ସହ ନେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରା ।

ଏନେଇ ରାଜ୍ୟ ସରକାର ଏକ ସର୍ବଦଳୀୟ ବୈଠକ ଡାକନ୍ତୁ । ରିଲିଫ କୋଡ଼ ନିୟମ ଅନୁଯାୟୀ ସରକାର ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଡାକନ୍ତୁ ବୋଲି ସେ ଦାବି କରିଛନ୍ତି । ତାସହ ଚାଷ ସମୟରେ ମରୁଡ଼ିର ଉତ୍କଟ ସମସ୍ୟାକୁ କିଭଳି ରୋକାଯାଇ ପାରିବ ସେ ନେଇ ସରକାର ଏକ ଶ୍ବେତପତ୍ର ଜାରି କରନ୍ତୁ। ଆଉ ସମସ୍ତ ପ୍ରସ୍ତୁତି ପକ୍ରିୟା ମଧ୍ୟ ଆରମ୍ଭ କରନ୍ତୁ।

ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ୨୭ଟି ଜିଲ୍ଲାରେ ଉତ୍କଟ ମରୁଡି ସମସ୍ୟା ଦେଖାଦେଇଛି । ଆଉ ଏନେଇ ବିଜେପି ପକ୍ଷରୁ 4ଟି ଟାସ୍କ ଫୋର୍ସ ଟିମ ଗଠନ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.