ETV Bharat / city

ଦୈନିକ 3 ହଜାର ଟେଷ୍ଟ ଲାଗି ବିଏମସିକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ - ବିଏମସିକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବଢୁଛି ସଂକ୍ରମଣ । ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି 3 ଶହରୁ ଅଧିକ ସଂକ୍ରମିତ । ଅଧିକ ପଢନ୍ତୁ...

ଦୈନିକ 3 ହଜାର ଟେଷ୍ଟ ଲାଗି ବିଏମସିକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

author img

By

Published : Apr 16, 2021, 8:42 PM IST

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବଢୁଛି ସଂକ୍ରମଣ । ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି 3 ଶହରୁ ଅଧିକ ସଂକ୍ରମିତ । ତେଣୁ ଟେଷ୍ଟିଂ ଓ ଟ୍ରାକିଂ ବୃଦ୍ଧି କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ପ୍ରତ୍ୟେକ ଦିନ 3 ହଜାର ଟେଷ୍ଟ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବଢ଼ୁଥିବା ସଂକ୍ରମଣକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଟେଷ୍ଟିଂ ବଢାଇବା ସହ ଟ୍ରାକିଂ ଓ ଆଇସୋଲେସକୁ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଦୈନିକ 3 ହଜାର କୋଭିଡ ଟେଷ୍ଟ ଲାଗି ବ୍ୟବସ୍ଥା କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ହୋମ ଆଇସୋଲେସନରେ ଥିବା ଲୋକଙ୍କୁ ତଦାରଖ କରିବା ଲାଗୁ ବିଏମସି ଅଞ୍ଚଳରେ 33ଟି ରାପିଡି ରେସ୍ପନ୍ସ ଟିମ ଗଠନ କରାଯାଇଛି । ଏହି ଟିମ ବିଭିନ୍ନ ଜୋନରେ ଭାଗ କରିବାକୁ ପରାମର୍ଶ ଦିଆଯାଇଛି । ନିଜ ନିଜ ଅଞ୍ଚଳରେ କୋଭିଡ ସମ୍ବନ୍ଧୀୟ ସମସ୍ତ କଟକଣା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ଲାଗି ଟିମକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଦିନରେ ଅତିକମରେ ଥରେ ଲେଖାଏଁ ହୋମ ଆଇସୋଲେସନରେ ଥିବା ଲୋକଙ୍କ ବାବଦରେ ସୂଚନା ନେବା ଲାଗି ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ ପରୀକ୍ଷଣ ଓ କୋଭିଡ ସମ୍ବନ୍ଧରେ ଅଭିଯୋଗ ଓ ସୂଚନା ପାଇବା ପାଇଁ ଟୋଲ ଫ୍ରି ନମ୍ବର 1929 ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଅଭିଯୋଗ ପାଇବାର ଅଧ ଘଣ୍ଟା ମଧ୍ୟରେ ସେବା ପ୍ରଦାନ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ଘର ବାହାରକୁ ନଆସିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଏପରି କୌଣସି ବ୍ୟକ୍ତି କରୁଥିବାର ନଜର ଆସେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଏପରି କରୁଥିବାର ନଜର ଆସନ୍ତି ତେବେ କଲ ସେଣ୍ଟରକୁ ଫୋନ କରି ସୂଚନା ଦେବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ଭୁବନେଶ୍ୱର ମହାନଗର ନିଗମର କୋଭିଡ ସ୍ଥିତି ଲାଗି ନିଯୁକ୍ତ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଓ ଡକ୍ଟର ଏନ୍.ତିରୁମାଳା ନାୟକ, ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

Bmc
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.