ETV Bharat / city

କୋଭିଡ ମୁକାବିଲା: ବଲାଙ୍ଗୀର ପାଇଁ 2 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

author img

By

Published : May 13, 2021, 7:34 PM IST

କୋଭିଡ଼ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ 2 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଅଧିକ ପଢନ୍ତୁ...

ବଲାଙ୍ଗୀର ପାଇଁ 2 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଯେପରି ସଂକ୍ରମଣ ବୃଦ୍ଧି ହେଉଛି ସେହିପରି ମୁକାବିଲାକୁ ଶାଣିତ କରୁଛନ୍ତି ରାଜ୍ୟ ସରକାର । କୋଭିଡ଼ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ 2 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ର ପ୍ରଥମ ଲହରରେ ଗତବର୍ଷ ବିଭିନ୍ନ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ 12 କୋଟି ଟଙ୍କା ମଞ୍ଜୁର କରିଥିଲେ । କିଛିଦିନ ପୂର୍ବରୁ ଭୁବନେଶ୍ୱର ଓ କଟକ ମହାନଗର ନିଗମରେ କୋଭିଡ ମୁକାବିଲା ଲାଗି ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ।

ସେହିପରି ପୁରୀ ପାଇଁ 2 କୋଟି, ସୁବର୍ଣ୍ଣପୁର ପାଇଁ 1 କୋଟି ଏବଂ ସମ୍ବଲପୁର ପାଇଁ 4.62 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମଞ୍ଜୁର କରିଥିଲେ ସରକାର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.