ETV Bharat / city

ବିଶ୍ବ ନର୍ସିଂ ଦିବସ ଅବସରରେ ନର୍ସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : May 12, 2021, 9:30 PM IST

ନର୍ସିଂ ଦିବସ ଅବସରରେ ନର୍ସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟକ୍ତିଗତ ସୁଖ ଦୁଃଖକୁ ପଛରେ ପକାଇ ରୋଗୀଙ୍କୁ ନିଷ୍ଠାର ସହ ସେବା ଯୋଗାଇ ଚାଲିଛନ୍ତି କହିଲେ ନବୀନ । ଅଧିକ ପଢନ୍ତୁ...

ବିଶ୍ବ ନର୍ସିଂ ଦିବସ ଅବସରରେ ନର୍ସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ବିଶ୍ବ ନର୍ସିଂ ଦିବସ ଅବସରରେ ନର୍ସଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶ୍ବ ନର୍ସିଂ ଦିବସ । କୋଭିଡ ମହାମାରୀରେ ତାଙ୍କର ସେବା ଅତୁଳନୀୟ । ସେମାନଙ୍କ ପାଇଁ ରାଜ୍ୟର କୋଭିଡ଼ ସୁସ୍ଥ ହାର ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି । ନର୍ସିଂ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

ଅନ୍ୟପଟେ ସେମାନଙ୍କ ଭଲମନ୍ଦ ବୁଝିବା ସହ ଶୁଭେଚ୍ଛା ଜଣାଇଛନ୍ତି । ନିଜର ବ୍ୟକ୍ତିଗତ ସୁଖ ଦୁଃଖକୁ ପଛରେ ପକାଇ ରୋଗୀଙ୍କୁ ନିଷ୍ଠାର ସହ ସେବା ଯୋଗାଇ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । କଥା ହୋଇ ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.