ETV Bharat / city

ବିଏମସିର ନୂଆ ଗାଇଡଲାଇନ, ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ ମନା

author img

By

Published : Jun 12, 2020, 10:17 PM IST

Updated : Jun 12, 2020, 10:23 PM IST

ବରିଷ୍ଠ ନାଗରିକଙ୍କୁ କୋରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବ୍ୟାଙ୍କ ଯିବାକୁ ବାରଣ କଲା ବିଏମସି । ଅଧିକ ପଢ଼ନ୍ତୁ...

BMC forbade senior citizens to go to the bank, fearing a corona  infection, ବରିଷ୍ଠ ନାଗରିକଙ୍କୁ କୋରୋନା ସଂକ୍ରମଣ ଆଶଙ୍କା, ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ ବାରଣ କଲା ବିଏମସି, ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ
ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ ବାରଣ କଲା ବିଏମସି

ଭୁବନେଶ୍ବର: କୋରୋନା ମହାମାରୀ ଯୋଗୁଁ ଭୁବନେଶ୍ବରେ ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ ଯିବାକୁ ବାରଣ କଲା ବିଏମସି । ବରିଷ୍ଠ ନାଗରିକଙ୍କ ବ୍ୟାଙ୍କ ସମସ୍ୟା ସମ୍ପୃକ୍ତ ନାଗରିକଙ୍କ ଘରକୁ ଯାଇ ତୁଟାଇବାକୁ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି ।

୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ରହିଛି କୋରୋନା ସଂକ୍ରମଣର ଅଧିକ ଆଶଙ୍କା, ତେଣୁ ସାରା ଦେଶରେ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ବୟସ୍କ ବ୍ୟକ୍ତିଙ୍କ ଖାସ ଯତ୍ନ ନେବା ପାଇଁ ଅପିଲ କରିଥିବା ବେଳେ ବିଏମସି ମଧ୍ୟ ଶୁକ୍ରବାର ଏନେଇ ନେଇଛି ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ।

କୋରୋନା ସଂକ୍ରମଣରୁ ବରିଷ୍ଠ ନାଗରିକଙ୍କୁ ଦୂରେଇ ରଖିବା ପାଇଁ ବାହାରକୁ ଯିବାକୁ ବାରଣ କରାଯାଇଛି। ବ୍ୟାଙ୍କ ଅଧିକାରୀଙ୍କୁ ଘରକୁ ଘର ଯାଇ ନେଟ ବ୍ୟାଙ୍କିଙ୍ଗ ଓ ଡିଜିଟାଲ ବ୍ୟାଙ୍କିଙ୍ଗ ବିଷୟରେ ଅବଗତ କରାଇବକୁ କୁହାଯାଇଛି । ଏନେଇ ଶୁକ୍ରବାର ବିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କ ବ୍ୟାଙ୍କ ସମସ୍ୟା ରହିଛି,ବ୍ୟାଙ୍କ କର୍ତ୍ତୃପକ୍ଷ ଏନେଇ ଘରେ ସମସ୍ତ ବ୍ୟାଙ୍କ ସୁବିଧା ଯୋଗାଇଦେବେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jun 12, 2020, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.