ETV Bharat / city

ଧାନ ମଣ୍ଡିରେ ସୁବିଧା ନଥିବା ଅଭିଯୋଗ, ଆସନ୍ତାକାଲି ଆରଡିସି ଅଫିସ ଘେରାଓ କରିବ ବିଜେପି - ଆରଡିସି ଅଫିସ ଘେରାଓ କରିବ ବିଜେପି

ଦୀର୍ଘଦିନ ହେବ ଚାଷୀମାନେ ଲକ୍ଷ ଲକ୍ଷ ବସ୍ତା ଧାନ ଧରି ମଣ୍ଡିରେ ବସିଛନ୍ତି । ଟୋକନ୍ ସମସ୍ତଙ୍କୁ ଏପର୍ଯ୍ୟନ୍ତ ମିଳିନି ଆଉ ଯାହାକୁ ମିଳିଛି ଅଧିକାଂଶଙ୍କର ଅବଧି ସରିଗଲାଣି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦିକା । ଅଧିକ ପଢନ୍ତୁ...

ବିଜେପି ସାଧାରଣ ସମ୍ପାଦିକା
ବିଜେପି ସାଧାରଣ ସମ୍ପାଦିକା
author img

By

Published : Jan 20, 2021, 1:30 PM IST

Updated : Jan 20, 2021, 4:31 PM IST

ଭୁବନେଶ୍ବର: ଦୀର୍ଘଦିନ ହେବ ଚାଷୀମାନେ ଲକ୍ଷ ଲକ୍ଷ ବସ୍ତା ଧାନ ଧରି ମଣ୍ଡିରେ ବସିଛନ୍ତି । ଟୋକନ୍ ସମସ୍ତଙ୍କୁ ଏପର୍ଯ୍ୟନ୍ତ ମିଳିନି ଆଉ ଯାହାକୁ ମିଳିଛି ଅଧିକାଂଶଙ୍କର ଅବଧି ସରିଗଲାଣି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦିକା । ମଣ୍ଡିରେ ଚାଷୀ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ନାହିଁ, କଟନୀ ଛଟନୀ ନାଁରେ ଚାଷୀଙ୍କ ଧାନରୁ କୁଇଣ୍ଟାଲ ପିଛା 10-15 କେଜି ଧାନ କଟାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଧାନ ମଣ୍ଡିରେ ସୁବିଧା ନଥିବା ଅଭିଯୋଗ, ଆସନ୍ତାକାଲି ଆରଡିସି ଅଫିସ ଘେରାଓ କରିବ ବିଜେପି

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ପ୍ରଥମେ ଦେଇଥିବା 40 ଲକ୍ଷ ହିତାଧିକାରୀଙ୍କ ତାଲିକା ଗଲା କୁଆଡେ ବୋଲି ସେ କହିଛନ୍ତି । ଆସନ୍ତାକାଲି ଅର୍ଥାତ ଗୁରୁବାର ସମ୍ବଲପୁର ଆରଡିସି ଅଫିସ ଘେରାଓ କରିବ ବିଜେପି । ପଶ୍ଚିମ ଓଡିଶାର ପାଞ୍ଚଟି ସଂସଦୀୟ କ୍ଷେତ୍ରର ନେତା ଓ ଚାଳିଶ ହଜାର କର୍ମୀ ଯୋଗ ଦେବେ । ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଯୋଗ ଦେବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 20, 2021, 4:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.