ETV Bharat / city

ବିଜେଡି ନିର୍ଦ୍ଦେଶରେ କାମ କରୁଛନ୍ତି ସରକାରୀ ଅଧିକାରୀ, CEOଙ୍କୁ ଭେଟିଲା ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଟିମ । ଅଧିକ ପଢନ୍ତୁ....

author img

By

Published : Apr 14, 2021, 5:05 PM IST

ବିଜେଡି ନିର୍ଦ୍ଦେଶରେ କାମ କରୁଛନ୍ତି ସରକାରୀ ଅଧିକାରୀ, CEOଙ୍କୁ ଭେଟିଲା ବିଜେପି
ବିଜେଡି ନିର୍ଦ୍ଦେଶରେ କାମ କରୁଛନ୍ତି ସରକାରୀ ଅଧିକାରୀ, CEOଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଟିମ । ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେିପର ଏହି ଟିମ ସିଇଓଙ୍କୁ ଭେଟି ୩ଟି ପ୍ରସଙ୍ଗରେ ଅଭିଯୋଗ କରିଥିବା ସୂଚନା ରହିଛି । ପିପିଲିରେ 40ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଏହି ଜାଗାରେ ଗତ ନିର୍ବାଚନରେ ବିଜେପିର ଏଜେଣ୍ଟଙ୍କୁ ବସିବାକୁ ଦିଆଯାଇନଥିଲା । ବିଜେଡି ଏଠାରେ ଭୋଟରଙ୍କୁ ଭୟଭୀତ କରୁଥିବା ଅଭିଯୋଗ କରିଛି ବିଜେପି । ତେଣୁ ସେଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ସହ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବାକୁ ବିଜେପି ଦାବି କରିଛି ।

ସେହିପରି ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ସରକାରୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସତ୍ତ୍ବେ ମଧ୍ୟ ମହେନ୍ଦ୍ର ବିଜେଡିକୁ ସହଯୋଗ କରୁଥିବା ବେଳେ ବିଜେପି ନେତା ଓ କର୍ମୀଙ୍କୁ ଧମକାଉଥିବା ମଧ୍ୟ ଅଭିଯୋଗ ହୋଇଛି । ନିଜ କ୍ଷମତାର ଅବ୍ୟବହାର ଫଳରେ ମୁକ୍ତ ତଥା ଅବାଧ ନିର୍ବାଚନ କରିବାରେ ମହେନ୍ଦ୍ର ବାଧା ସୄଷ୍ଟି କରୁଛନ୍ତି।ତେଣୁ ତାଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କଲା ବିଜେପି । ସେହିପରି ସିଡିପିଓ, ଆଇସିଡିଏସ ମାଧ୍ୟମରେ ଉପ ନିର୍ବାଚନକୁ ପ୍ରଭାବିତ କରିବାକୁ ସରକାର ଚେଷ୍ଟା କରୁଛନ୍ତି । ଏ ଦିଗରେ ପଦକ୍ଷେପ ନେବାକୁ ସିଇଓଙ୍କ ନିକଟରେ ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.