ଭୁବନେଶ୍ବର: ଆଗକୁ ଆସୁଛି ଉପନିର୍ବାଚନ । ଏହାକୁ ନେଇ ବେଶ ସରଗରମ ରହିଛି ନିର୍ବାଚନ ମାହୋଲ । ତେବେ କୋରୋନା ମହାମାରୀ ନେଇ ରାଜ୍ୟରେ ନିୟମ ଜାରି କରାଯାଇଛି । ପ୍ରଚାର ପାଇଁ ଯେପରି ଜନଗହଳି ନହୁଏ ସେଥି ପ୍ରତି କଡା ନଜର ରଖାଯାଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ଏପିଡେମିକ୍ ଆକ୍ଟ ଉଲଙ୍ଘନ କରିଥିବା ନେଇ ଅଭିଯୋଗ କରିଛି ବିଜେପି ।
ନିର୍ବାଚନ ପ୍ରଚାର ବେଳେ ବିଜେଡିର କୋଭିଡ୍ ନିୟମ ଉଲଙ୍ଘନକୁ ନେଇ ଶୁକ୍ରବାର ପୁଣି ନିର୍ବାଚନ ଅଧିକାରୀଙ୍କ ଫେରାଦ ହୋଇଛି ବିଜେପି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ନିର୍ବାଚନ ସମୟରେ ଲାଗିଥିବା କୋର୍ଡ ଅଫ କଣ୍ଡକ୍ଟକୁ ଉଲଙ୍ଘନ କରିଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି । ବାଲେଶ୍ବର ସଦର ନିର୍ବାଚନରେ ଗୋଟିଏ ଘରେ 1000ଲୋକ ପ୍ରଚାର ପାଇଁ ଏକଜୁଟ ହୋଇଥିବା କହିଛି ବିଜେପି । ଯୋଗାଣ ମନ୍ତ୍ରୀ କୋଭିଡ ନିୟମ ସହ ନିର୍ବାଚନ ଆଚରଣ ମାନି ନଥିବା କହିଛନ୍ତି ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।
ଏ ନେଇ ସେ ଅଭିଯୋଗ କରିବା ସହ ଦଳ ପକ୍ଷରୁ ପ୍ରମାଣ ସୂରୁପ ଭିଡିଓ ଓ ଫଟୋ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁସିଲ୍ କୁମାର ଲୋହାନିଙ୍କୁ ଦେଇଛନ୍ତି । ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆଗରୁ ମଧ୍ୟ ବିଜେଡିର ନିର୍ବାଚନ ଆଚରଣକୁ ଫୁ କିରବା ଘଚଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲା ବିଜେପି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ