ଭୁବନେଶ୍ବର: ଆଜି ବିଜେପିର ଏକ ପ୍ରତିନିଧି ଦଳ ବିଏମସି କମିଶନଙ୍କୁ ଭେଟିଛନ୍ତି । ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ପଜିଟିଭ ସଂଖ୍ୟା। ସେମାନଙ୍କୁ ଠିକ୍ ଭାବରେ ଚିକିତ୍ସା ମିଳୁଛି କି ନାହିଁ ଏବଂ ମେଡିସିନ ଠିକରେ ଦିଆଯାଉଛି କି ନାହିଁ ତାହାକୁ ନେଇ ଆଜି ଆଲୋଚନା କରିଥିଲେ ବିଜେପି ପ୍ରତିନିଧି ଦଳ ।
ଏହା ସହିତ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ମେଡିକାଲ ଗୁଡିକରେ ବେଡ ସଂଖ୍ୟା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । କାରଣ ଅନ୍ୟ ଜିଲ୍ଲାରୁ କରୋନା ରୋଗୀମାନେ ରାଜଧାନୀକୁ ଚିକିତ୍ସା ପାଇଁ ଆସୁଛନ୍ତି । ମେଡିସିନ ଓ ଅକ୍ସିଜେନ ଅଭାବକୁ ନେଇ ମଧ୍ୟ ଆଲୋଚନା କରାଯାଇଥିବା ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ