ETV Bharat / city

BMCର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି

ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ ପଟି ବାନ୍ଧି କଳା ଦିବସ ପାଳିଲା ବିଜେପି । ତା ସହିତ BMCର ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ଦଳ । ଅଧିକ ପଢନ୍ତୁ...

author img

By

Published : Aug 31, 2021, 9:48 PM IST

BMCର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି
BMCର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ପାଳିଲା ବିଜେପି

ଭୁବନେଶ୍ବର: ବିଏମସିର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ କରିଛି ବିଜେପି । ଭୁବନେଶ୍ବର ଜିଲ୍ଳା ବିଜେପି ପକ୍ଷରୁ ଆଜି (ମଙ୍ଗଳବାର) ବିଏମସି କାର୍ଯ୍ୟାଳୟ ଆଗରେ ମୁହଁରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଦୀର୍ଘ 3 ବର୍ଷ ମ୍ୟୁନିସିପାଲଟିରେ ନିର୍ବାଚନ ହେଉ ନଥିବାରୁ ବିଏମସି ରାଜଧାନୀବାସୀଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଥିବା ନେଇ କହିଛନ୍ତି ବିଜେପି ଜିଲ୍ଲା ସଭାପତି ।

ସେପଟେ ରାସ୍ତା, ଡ୍ରେନ୍ ଓ ସ୍ୱରେଜ କାମ ବି ଆଗେଇ ପାରିନି । ସହରାଞ୍ଚଳ ସଫେଇରେ ଅବହେଳା ଯୋଗୁଁ ଡେଙ୍ଗୁ ଭଳି ରୋଗ ରାଜଧାନୀରେ ବ୍ୟାପିବାରେ ଲାଗିଛି । କିନ୍ତୁ ଖାଲି ବର୍ଦ୍ଧିତ ଟିକସ ଆଦାୟ କରିବାରେ ବ୍ୟସ୍ତ ରହୁଛି ବିଏମସି । ରାଜଧାନୀରେ ଭଲ ହାଟ ଟିଏ ବି ନାହିଁ । ବସ୍ତି ବାସିନ୍ଦାଙ୍କୁ ବାସଗୃହ ଓ ସ୍ଥାୟୀ ଜମିପଟ୍ଟା ପ୍ରତିଶ୍ରୁତି ମିଛ ସାବ୍ୟସ୍ତ ହୋଇଛି । ତେଣୁ ଏସବୁ ଅବ୍ୟବସ୍ଥାକୁ ନେଇ ମଙ୍ଗଳବାର ବିଜେପି ପକ୍ଷରୁ କଳା ଦିବସ ପାଳନ କରୁଥିବା କହିଛନ୍ତି ଭୁବନେଶ୍ବର ଜିଲ୍ଳା ବିଜେପି ସଭାପତି ବାବୁ ସିଂ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.