ଭୁବନେଶ୍ବର: ବିପିୟୁଟି କର୍ତ୍ତୃପକ୍ଷ ଅନଲାଇନ ଯୋଗେ ପରୀକ୍ଷା କରିବା ପାଇଁ ଏକ 27 ପୃଷ୍ଠାର ନିୟମାବଳୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଜାରି କରିଛନ୍ତି। ଯେଉଁଥିରେ ଅନେକ ତ୍ରୁଟି ରହିଛି । କୋରୋନା ମହାମରୀ ସମୟରେ ପରୀକ୍ଷା ଦେବା ଏକ ପ୍ରକାର ଅସମ୍ଭବ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଯାହାକୁ ନେଇ ଭାରତୀୟ ଯୁବ ଜନତା ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ଏଦିଗରେ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି ।
ଯୁବ ମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ଟିମ ରାଜ୍ୟପାଳଙ୍କୁ ଭେଟି ଏବିଷୟରେ ଅବଗତ କରାଇଛନ୍ତି । ଏହାସହ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ରାଜ୍ୟପାଳ ମଧ୍ୟ ରାଜ୍ୟ ସରକାର ଓ ବିପିୟୁଟି କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ