ETV Bharat / city

ସୋମବାର ଠୁ ଆମରଣ ଅନଶନରେ ବସିବେ ଯାତ୍ରା କଳାକାର - ଯାତ୍ରା କଳାକାର ସଂଘ

ସୋମବାର ଠାରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆମରଣ ଅନଶନରେ ବସିବେ ଯାତ୍ରା କଳାକାର । ଅଧିକ ପଢନ୍ତୁ...

2 ହଜାର ଦର୍ଶକଙ୍କ ସହ ଯାତ୍ରାକୁ ଅନୁମତି ଦାବି, କାଲିଠାରୁ ଅନଶନରେ ବସିବେ କଳାକାର

author img

By

Published : Feb 21, 2021, 6:51 PM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆମରଣ ଅନଶନରେ ବସିବେ ଯାତ୍ରା କଳାକାର। 24 ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ପ୍ରତି ଜିଲ୍ଲା ସ୍ତରରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ କଳାକାର ସଂଘ ଚେତାବନୀ ଦେଇଛି ।

2 ହଜାର ଦର୍ଶକଙ୍କ ସହ ଯାତ୍ରାକୁ ଅନୁମତି ଦାବି, କାଲିଠାରୁ ଅନଶନରେ ବସିବେ କଳାକାର

ଆଜି ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଯାତ୍ରାକଳାକାର କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଦୀର୍ଘ 11 ମାସ ହେବ କରୋନା କଟକଣା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବନ୍ଦ ରହିଛି। ଏହା ମଧ୍ୟରେ ସରକାର ଅନ୍ୟାନ୍ୟ ବନ୍ଦ କାର୍ଯ୍ୟକ୍ରମ ଗୁଡିକୁ ଉନ୍ମୁକ୍ତ କରି ସାରିଥିବା ବେଳେ ଯାତ୍ରା ଅନୁଷ୍ଠାନଙ୍କ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି କଟକଣା ଜାରି ରଖିଛନ୍ତି। ଫଳରେ ରାଜ୍ୟରେ ଥିବା 3 ଲକ୍ଷରୁ ଉର୍ଦ୍ଧ୍ବ କଳାକାର ଓ ତାଙ୍କ ପରିବାରର ସଦସ୍ୟମାନେ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି ।

ସରକାର ସେମାନଙ୍କ ପାଇଁ କୌଣସି ପ୍ରକାର ସହାୟତା ପ୍ରଦାନ କରୁ ନ ଥିବା ବେଳେ ସେମାନଙ୍କ ଜୀବିକା ନିର୍ବାହ ପାଇଁ ମଧ୍ୟ ସହଯୋଗ କରୁ ନଥିବା ସଙ୍ଘର ସଭାପତି ଓ ସମ୍ପାଦକ ଅଭିଯୋଗ କରିଛନ୍ତି। ନିକଟରେ ସରକାରଙ୍କ ପକ୍ଷରୁ 500 ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଥିବାବେଳେ ଜିଲ୍ଲା ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରାଇ ଦେଉନଥିବା ମଧ୍ୟ ସେମାନେ କହିଛନ୍ତି। ତେଣୁ ସେମାନେ ସରକାରଙ୍କ ନିକଟରେ 2ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ମାଗିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.