ETV Bharat / city

ଯାତ୍ରାରେ 2 ହଜାର ଦର୍ଶକଙ୍କୁ ଅନୁମତି ଦାବିରେ ଧାରଣାରେ ବସିବେ କଳାକାର - jatra artist protest bhubaneswar

ଦୁଇ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ସରକାର ଅନୁମତି ଦେବା ଦାବିରେ ଆସନ୍ତା 22 ତାରିଖରେ ଧାରଣାରେ ବସିବେ କଳାକାର । ଆଜି ଏନେଇ ବରିଷ୍ଠ ଯାତ୍ରା ଅଭିନେତା ତଥା ଯାତ୍ରା କଳାକାର କର୍ମଚାରୀ ସଙ୍ଘର ସଭାପତି ଦୈତାରି ପଣ୍ଡା ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଯାତ୍ରାରେ 2 ହଜାର ଦର୍ଶକଙ୍କୁ ଅନୁମତି ଦାବିରେ ଧାରଣାରେ ବସିବେ କଳାକାର

author img

By

Published : Feb 19, 2021, 9:21 PM IST

ଭୁବନେଶ୍ୱର : ଦୁଇ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ସରକାର ଅନୁମତି ଦେବା ଦାବିରେ ଆସନ୍ତା 22 ତାରିଖରେ ଧାରଣାରେ ବସିବେ କଳାକାର । ଆଜି ଏନେଇ ବରିଷ୍ଠ ଯାତ୍ରା ଅଭିନେତା ତଥା ଯାତ୍ରା କଳାକାର କର୍ମଚାରୀ ସଙ୍ଘର ସଭାପତି ଦୈତାରି ପଣ୍ଡା ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

ଯାତ୍ରାରେ 2 ହଜାର ଦର୍ଶକଙ୍କୁ ଅନୁମତି ଦାବିରେ ଧାରଣାରେ ବସିବେ କଳାକାର

ଗଣମାଧ୍ୟମ କର୍ମୀଙ୍କୁ ସୂଚନା ଦେବା ଅବସରରେ ସେ ଆହୁରି କହିଛନ୍ତି ଯେ, ଦୀର୍ଘ ବର୍ଷେ କାଳ କଳାକାର ବିଶେଷ କରି ଯାତ୍ରା କଳାକାରମାନେ ବିନା କାମରେ ହାତ ବାନ୍ଧି ଘରେ ବସି ରହିଛନ୍ତି । ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସରକାର କରୋନା କଟକଣା କୋହଳ କରିବା ସହ ସ୍କୁଲ, କଲେଜ, ମନ୍ଦିର ବଜାର ଆଦିକୁ ସାମାନ୍ୟ କରୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ଉପରୁ ପ୍ରତିବନ୍ଧକ ହଟାଉ ନାହାନ୍ତି । 500 ଦର୍ଶକଙ୍କୁ ନେଇ ଯେଉଁ ଅନୁମତି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ପ୍ରଶାସନିକ ସ୍ତରରେ ମଧ୍ୟ ସବୁଠି ଅନୁମତି ମିଳୁ ନାହିଁ । ତେଣୁ, ବର୍ତ୍ତମାନ ସମୟ କଳା ପରିବେଷଣର ହୋଇ ଥିବାରୁ ମାଲିକମାନେ ଘରେ ବସିଥିବା କଳାକାରଙ୍କୁ ନେଇ ପ୍ରସ୍ତୁତି ହେଉଥିବା ବେଳେ ସରକାର ତାଙ୍କୁ ଅନୁମତି ଦେଉ ନାହଁନ୍ତି । ଯାହାକି ଅତ୍ୟନ୍ତ ଦୁଃଖଦ ବୋଲି ଦୈତାରି ପଣ୍ଡା କହିବା ସହ ସରକାରଙ୍କ ନିକଟରେ ହାତଯୋଡି ମିନତୀ କରିଛନ୍ତି ।

ତେଣୁ, ଆଗାମୀ 22 ତାରିଖରେ ରାଜ୍ୟ ରାଜଧାନୀର ଧାରଣା ସ୍ଥଳରେ ବିଭିନ୍ନ ସ୍ଥାନରୁ କଳାକାର ମାନେ ଆସି ଅନଶନ ଧାରଣା ଦେବେ ବୋଲି ସେ କହିଛନ୍ତି । ଯେଉଁଥିରେ ଯାତ୍ରା କଳାକାରଙ୍କ ବ୍ୟତୀତ ଅନ୍ୟାନ୍ୟ କଳାକାର ପ୍ରାୟ 400 କଳାକାର ଏଥିରେ ସାମିଲ ହେବେ ବୋଲି କହିଛନ୍ତି ସଂଘର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.