ଭୁବନେଶ୍ବର : ପିତାମାତା ମାନେ ସେମାନଙ୍କ ଜୀବନ କାଳ ମଧ୍ୟରେ ନିଜକୁ ଦୁଃଖ-ଯନ୍ତ୍ରଣା ସହି ପୁଅ ଓ ଝିଅ ମାନଙ୍କୁ ମଣିଷ କରିବାରେ ଜୀବନ ବିତାଇ ଦିଅନ୍ତି । ଆଉ ପରିଣତ ବୟସରେ ସେମାନେ ଏକା ହୋଇ ଯାଆନ୍ତି । ଯାହାକି ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ନିଜ ପାଖରେ ଅଧିକ ଧନ ସମ୍ପତ୍ତି ଥାଇ ମଧ୍ୟ ମଣିଷ ଏକା ଅନୁଭବ କରୁଛି । ତେଣୁ, ଆଜିର ଯୁବପିଢ଼ି ଏହାକୁ ଅନୁଭବ କରିବା ସହ ପିତାମାତାଙ୍କ ପରିଣତ ବୟସରେ ତାଙ୍କର ସାହାରା ହେବାକୁ ନିବେଦନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଆଜି ସ୍ଥାନୀୟ ସୂଚନା ଭବନ ପରିସରରେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ‘‘ଆନନ୍ଦ ଉତ୍ସବ’’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ 70 ବର୍ଷରୁ ଉର୍ଦ୍ଧ୍ବ 25 ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମୁମ୍ବାରର ପୂର୍ବତନ ପୋଲିସ୍ କମିଶନର ତଥା ବର୍ତ୍ତମାନ ବିଜେଡି ନେତା ଅରୁପ ପଟ୍ଟନାୟକ, ଜୟ ଓଡ଼ିଶାର ମୁଖ୍ୟ ରୁଦ୍ର ସାମନ୍ତରାୟ ଓ ବରିଷ୍ଠ ଚିକିତ୍ସକ ତଥା ସାହିତ୍ୟିକ ଗିରୀଶ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ