ETV Bharat / city

ରାଜ୍ୟରେ ବଢୁଛି ପଜିଟିଭ, ସଚେତନ ନହେଲେ ହେବ ସଂଘାତିକ ସ୍ଥିତି - corona virus increase in state

ରାଜ୍ୟରେ ବଢୁଛି କରୋନା ପଜିଟିଭ ସଂଖ୍ୟା । ଲୋକମାନେ ସଚେତନ ନହେଲେ ସାଙ୍ଘାତିକ ହୋଇପାରେ ସ୍ଥିତି । ରାଜ୍ୟରେ ବିଗତ ଦିନରେ ତିନି ଅଙ୍କ ପାଖାପାଖିରେ ରହୁଛି ସଂକ୍ରମଣ । ଅଧିକ ପଢନ୍ତୁ...

ରାଜ୍ୟରେ ବଢୁଛି ପଜିଟିଭ, ସଚେତନ ନହେଲେ ହେବ ସଂଘାତିକ ସ୍ଥିତି

author img

By

Published : Mar 22, 2021, 7:59 PM IST

ଭୁବନେଶ୍ବର : ରାଜ୍ୟରେ ବଢ଼ିବାରେ ଲାଗିଛି ପଜିଟିଭ । ଶିକ୍ଷା ଅନୁଷ୍ଠାନ ସହ ଅନେକ ସ୍ଥାନରେ ବଢିଛି ସଂକ୍ରମଣ । ତେବେ ଏହାକୁ ନେଇ ସଚେତନ ଓ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏପରି ସ୍ତରରେ ଯଦି ନିୟମକୁ ଅବମାନନା କରାଯାଏ ତେବେ ଆଗାମୀ ଦିନରେ ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସେହି ଭଳି ପରିସ୍ଥିତି ଉପୁଜିପାରେ । କୋଭିଡ ନିୟମ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟରେ ଏହି 4 ଦିନ ମଧ୍ୟରେ ଅଧିକ ସଂଖ୍ୟାରେ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି ।

ରାଜ୍ୟରେ ବଢୁଛି ପଜିଟିଭ, ସଚେତନ ନହେଲେ ହେବ ସଂଘାତିକ ସ୍ଥିତି

ମାର୍ଚ୍ଚ 18 ତାରିଖରେ ରାଜ୍ୟରେ ମୋଟ 110 ଜଣ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନରେ 64 ଓ ସ୍ଥାନୀୟ ସଂକ୍ରମଣ 46 ରହିଥିଲା । ଅନ୍ୟପଟେ କଟକ, ଖୋର୍ଦ୍ଧାରେ ସଂକ୍ରମଣ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଅଧିକ ରହିଥିଲା । ମାର୍ଚ୍ଚ 19 ତାରିଖରେ ରାଜ୍ୟରେ ମୋଟ 120 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରଣ୍ଟଟାଇନରେ 71 ଓ ସ୍ଥାନୀୟ ସଂକ୍ରମଣ 49 ଚିହ୍ନଟ ହୋଇଛନ୍ତି । ତେବେ କଟକ ଖୋର୍ଦ୍ଧା ସମ୍ବଲପୁର ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ମାର୍ଚ୍ଚ 20 ତାରିଖ ରେ ରାଜ୍ୟରେ 98 ଜଣ ସଂକ୍ରମଣ ଚିନ୍ହଟ ହୋଇଛନ୍ତି। କ୍ବାରଣ୍ଟଟାଇନ ରେ 58 ଓ ସ୍ଥାନୀୟ ସଂକ୍ରମଣ ରେ 40 ଜଣ । ତେବେ ଖୋର୍ଦ୍ଧା ରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି । ମାର୍ଚ୍ଚ 21 ତାରିଖରେ ସର୍ବାଧିକ 146 ଚିନ୍ହଟ ହୋଇଥିବା ବେଳେ କ୍ବାରେଣ୍ଟଟାଇନ କେନ୍ଦ୍ରରେ 87 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 59 ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟପଟେ କଟକରେ 25, ଖୋର୍ଦ୍ଧାରେ 35, ମୟୁରଭଞ୍ଜରେ 13, ନୂଆପଡାରେ 12 ଓ ସୁନ୍ଦରଗଡରେ 12 ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାରେ ସଂକ୍ରମଣ କମ ରହିଛି କିମ୍ବା ଶୂନ ରହିଛି ।

ଭୁବନେଶ୍ୱରରେ ଗୋଟିଏ ଶିକ୍ଷା ଅନୁଷ୍ଠାନ 21 ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସାରା ଦେଶରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ସେହି ଅନୁସାରେ RTPCR, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭିଲେନ୍ସ ବଢାଇବାକୁ ନିର୍ଦ୍ଦେଶ ଦେଆଯାଇଛି । ମୁଖ୍ୟତଃ ରାଜ୍ୟ ବାହାରୁ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଯେଉଁମାନଙ୍କ ଦେହରେ ଜର, କାସ ଆଦି ଲକ୍ଷଣ ରହୁଛି ସେମାନଙ୍କୁ ଟେଷ୍ଟ କରାଇବା ପାଇଁ କୁହାଯାଉଛି । ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟରେ କରୋନା ନିୟମ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଉଚ୍ଚ ସ୍ଥାରୀୟ ବୈଠକ କରାଯାଉଛି । ଯେହେତୁ ରାଜ୍ୟର ସମସ୍ତ ପଡୋଶୀ ରାଜ୍ୟମାନଙ୍କରେ କୋଭିଡ଼ ପଜିଟିଭ ବଢୁଛି, ତାହାକୁ ଦୃଷ୍ଟିରେ ରଖି କଡାକଡି ପାଳନ କରିବା ସହ ଟେଷ୍ଟକୁ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.