ETV Bharat / city

BMCର ତରବରିଆ ନିଷ୍ପତ୍ତିକୁ ବିରୋଧ, ଦାବି ନଶୁଣିଲେ ଆତ୍ମାହୁତି ଦେବେ ଟେଣ୍ଟ ସଂଘ - ଟେଣ୍ଟ ସଂଘ

ବିବାହ, ବ୍ରତ ଆଦିରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ କରିବା ପାଇଁ BMC ନିର୍ଦ୍ଦେଶ ଦେଇଛି । ଏହି ନିଷ୍ପତ୍ତିକୁ ଟେଣ୍ଟ ସଂଘ ତୀବ୍ର ବିରୋଧ କରିଛି । ଅଧିକ ପଢନ୍ତୁ...

BMCର ତରବରିଆ ନିଷ୍ପତ୍ତିକୁ ବିରୋଧ, ଦାବି ନଶୁଣିଲେ ଆତ୍ମାହୁତି ଦେବେ ଟେଣ୍ଟ ସଂଘ

author img

By

Published : Oct 5, 2021, 4:17 PM IST

ଭୁବନେଶ୍ବର: ଶୀତଋତୁରେ ସଂକ୍ରମଣ ବଢିବା ଆଶଙ୍କା କରି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି ପାଇଁ ବିଏମସି ନୂଆ ଗାଇଡଲାଇନ ଜାରି କରିଛି । ତେବେ ଏହାକୁ ତୀବ୍ର ବିରୋଧ କରିଛି ଟେଣ୍ଟ ସଂଘ । ତେବେ ସେମାନଙ୍କ ଦାବିକୁ ପୂରଣ ନ କରାଗଲେ ସେମାନେ ବାଧ୍ୟ ହୋଇ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

BMCର ତରବରିଆ ନିଷ୍ପତ୍ତିକୁ ବିରୋଧ, ଦାବି ନଶୁଣିଲେ ଆତ୍ମାହୁତି ଦେବେ ଟେଣ୍ଟ ସଂଘ

ବିବାହ, ବ୍ରତ ଘରେ ୫୦ ଜଣ ସାମିଲକୁ ନେଇ ଆସିଥିବା ଗାଇଡଲାଇନକୁ ବିରୋଧ କରି ବିଏମସି ଅଫିସ ଆଗରେ ଧାରଣାରେ ବସିଛନ୍ତି ୨୦୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ । ବିଏମସି ଅଫିସ ଆଗରେ ତାଲା ପକାଇ ସେମାନେ ଧାରଣାରେ ବସି ରହିଛନ୍ତି । ଆନ୍ଦୋଳନକାରୀମାନେ ରାସ୍ତାରୋକ କରିବା ସହ ସେମାନଙ୍କ ଜୀବିକା ଜୀବନ ପାଇଁ ନିଷ୍ପତ୍ତି ବଦଳାଇବା ପାଇଁ ଦାବି କରିଛନ୍ତି । ପୋଲିସ ଓ କମିଶନର ବୁଝାଇବା ପରେ ଧାରଣାରୁ ଉଠିଥିବା ବେଳେ ଆଗାମୀ ଦିନରେ କମିଶନର ଯଦି ତାଙ୍କ ନିଷ୍ପତ୍ତି ନ ବଦଳାନ୍ତି ତେବେ ସେମାନେ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛି ଏହି ମାଲିକ ସଂଘ ।

ଏହା ବି ପଢନ୍ତୁ: ଶୀତ ଋତୁରେ ସଂକ୍ରମଣ ବୃଦ୍ଧି ଆଶଙ୍କା, BMC ଜାରି କଲା ନୂଆ ଗାଇଡଲାଇନ

ତେବେ ସୂଚନା ଥାଉ କି ରାଜ୍ୟରେ ଦ୍ବିତୀଲ ଲହରର ନିୟନ୍ତ୍ରଣକୁ ଆସିଥିବାବେଳେ ବର୍ତ୍ତମାନ ଶୀତ ଋତୁରେ ତୃତୀୟ ସଂକ୍ରମଣ ଆସିପାରେ ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ଏଥିଲାଗି ପୂର୍ବ ସତର୍କତାମୂଳକ ସମସ୍ତଙ୍କୁ ଭିଡ଼ରୁ ଦୂରେଇ ରହିବା ପାଇଁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.