ETV Bharat / city

ଅନାସ୍ଥା ହେବ କାଳ ! 2 ବର୍ଷ ପରେ ପଦ ହରାଇପାରନ୍ତି 32 ପୌରାଧ୍ୟକ୍ଷ !

author img

By

Published : Mar 27, 2022, 4:05 PM IST

ସରିଲା ନିର୍ବାଚନ, ସରିଲା ଗଣତି । କିନ୍ତୁ ସରିନି ସମସ୍ୟା । ଶାସକ ଦଳକୁ ଚକମା ଦେଇ ପୌରାଧ୍ୟକ୍ଷ ପଦ ଦଖଲ କରିଥିବା ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ଚିନ୍ତା ବଢିଛି । ଆଗାମୀ ଦିନରେ ଅନାସ୍ଥା ପ୍ରସ୍ତାବ ଏହି ପୌରାଧ୍ୟକ୍ଷଙ୍କ ପାଇଁ କାଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଅନାସ୍ଥା ହେବ କାଳ ! 2 ବର୍ଷ ପରେ ପଦ ହରାଇ ପାରନ୍ତି 32 ପୌରାଧ୍ୟକ୍ଷ !

ଭୁବନେଶ୍ବର: କେଉଁଠି ଶାସକ ଦଳକୁ ଚକମା ଦେଇ ପୌରାଧ୍ୟକ୍ଷ ପଦ ଦଖଲ କରିଛନ୍ତି ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀ ତ ଆଉ କେଉଁଠି ବିରୋଧୀଙ୍କ କାଉନସିଲ୍‌ର ସଂଖ୍ୟା ଅଧିକ ଥାଇ ଶାସକ ଦଳ ହାତେଇଛି ପୌରାଧ୍ୟକ୍ଷ ପଦ । ଏଭଳି ସ୍ଥାନରେ ପୂର୍ଣ୍ଣ କାଳୀନ କାର୍ଯ୍ୟ କରିବା ପୌରାଧ୍ୟକ୍ଷଙ୍କ ଲାଗି ହେବ ବଡ଼ ଚ୍ୟାଲେଞ୍ଜ । ଆଗାମୀ ଦିନରେ ଅନାସ୍ଥା ପ୍ରସ୍ତାବ ଏହି ପୌରାଧ୍ୟକ୍ଷଙ୍କ ଲାଗି କାଳ ହେବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି ।

ଶାସକ ଦଳର ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରି 32ଟି ପୌରାଞ୍ଚଳରେ ବିରୋଧୀ ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବି ହାତେଇ ନେଇଛନ୍ତି । କାଉନସିଲ୍‌ରେ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ତାଙ୍କ ଅଧ୍ୟକ୍ଷତାରେ ବସିବ ପରିଷଦର ବୈଠକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତାଙ୍କ ଦସ୍ତଖତରେ ହିଁ କାର୍ଯ୍ୟକାରୀ ହେବ । ଶାସକ ଦଳର ନହେଲେ ବି ସହରର ସବୁଠୁ କ୍ଷମତାଶାଳୀ ନେ‌ତା ହେବେ ସେ । ହେଲେ କେତେ ଦିନ ବିରୋଧୀ କାଉନସିଲରମାନଙ୍କୁ ନେଇ ପୌରାଧ୍ୟକ୍ଷମାନେ ଆସନରେ ବସିବେ ‌ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

25ଟି ପୌରାଞ୍ଚଳରେ ଗୋଟିଏ ଦଳ ଅଧିକ କାଉନସିଲର ଜିତି ସଂଖ୍ୟା ଗରିଷ୍ଠତା ହାସଲ କରି ଥିବାବେଳେ ଅନ୍ୟ ଦଳର ପ୍ରାର୍ଥୀ ପୌରାଧ୍ୟକ୍ଷ ହୋଇଛନ୍ତି । ବରପାଲି, ଭଦ୍ରକ, ଗଞ୍ଜାମ, ପୁରୁଷୋତ୍ତମପୁର, ନୂଆପଡ଼ା, ଖଣ୍ଡପଡ଼ା ଆଦି ସ୍ଥାନରେ ବିଜେଡିର ସଂଖ୍ୟା ଗରିଷ୍ଠ କାଉନସିଲର ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହୋଇଛନ୍ତି । ଜଗତସିଂହପୁର, ବେଲପଡ଼ା, ସୁନାବେଡା, ଜୟପୁର ଭଳି ସହରରେ ବିଜେଡିର ସଂଖ୍ୟା ଗରିଷ୍ଠ କାଉନସିଲର ଥିବାବେଳେ କଂଗ୍ରେସ ପୌରାଧ୍ୟକ୍ଷ ହାତେଇଛି । ତେଣୁ ଆସନ୍ତା ଦୁଇ ବର୍ଷ ପରେ ମୋଟ 22 ଟି ପୌରାଧ୍ୟକ୍ଷଙ୍କୁ ହଟାଇବାକୁ ବିଜେଡି ରଣକୌଶଳ ପ୍ରସ୍ତୁତ କରିବ ।

କେବଳ ବିଜେଡି ନୁହେଁ, ବିଜେପିର ଅନୁଗୋଳ, ଦେବଗଡ଼ରେ ସଂଖ୍ୟାଗରିଷ୍ଠ କାଉନସିଲର ଥିଲେ ହେଁ ଏଠାରେ ପୌରାଧ୍ୟକ୍ଷ ବିଜେଡିର ହୋଇଛନ୍ତି । ତେଣୁ ଦୁଇ ବର୍ଷ ପରେ ବିଜେପି ଏହାକୁ ବଦଳାଇବାକୁ ଚେଷ୍ଟା କରିବାର ସମ୍ଭାବନା ରହିଛି । ବିଜେଡି ଟିଟିଲାଗଡ଼, ଧରାକୋଟ, ଛତ୍ରପୁର, ଧର୍ମଗଡ଼, ଜୁନାଗଡ଼, ଫୁଲବାଣୀ, କେନ୍ଦୁଝର, ବାଲିମେଳା, ଉଦଳା, ନବରଙ୍ଗପୁର, ଖରିଆର, ସୁନ୍ଦରଗଡ଼ ଆଦି ସ୍ଥାନରେ ଅଧିକ କାଉନସିଲର ହାତେଇ ଥିବାବେଳେ ଏଠାରେ ବିଜେପି ପୌରାଧ୍ୟକ୍ଷ ହାତେଇଛି । ସେହିପରି ପାରାଦ୍ବୀପରେ ଅଧିକ ସ୍ବାଧୀନ ପ୍ରାର୍ଥୀ କାଉନସିଲର ହୋଇଥିବାବେଳେ ପୌରାଧ୍ୟକ୍ଷ ବିଜେଡି ଖାତାକୁ ଯାଇଛି ।

କାଉନସିଲ୍‌ ବସିବାର ଦୁଇ ବର୍ଷ ପରେ ଅନାସ୍ଥା ପ୍ରସ୍ତାବ ଆଣି ପୌରାଧ୍ୟକ୍ଷ ବଦଳାଇପାରିବାର ନିୟମ ରହିଛି । ଏହାକୁ ବିଭିନ୍ନ ଦଳ ବ୍ୟବହାର କରିବାର ଆଶଙ୍କା ସୃଷ୍ଟି ହୋଇଛି । ଯଦି କାଉନସିଲରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳକୁ ପୌରାଧ୍ୟକ୍ଷ ସନ୍ତୁଷ୍ଟ କରିନପାରିଲେ ତେବେ କୌଣସି ମୁହୂର୍ତ୍ତରେ ବି ସିଟ୍‌ ଚାଲିଯିବ । କାଉନସିଲ୍‌ ବୈଠକର ପ୍ରଥମ ଦିନରୁ ହିଁ ଏନେଇ ଛକାପଞ୍ଝା ଲାଗିବ ତାହା ଜଳଜଳ ଦିଶିଲାଣି । ଏହା ସହ ଦଳବଦଳ କଲେ ନିର୍ବାଚିତ କାଉନସିଲରଙ୍କର ସଭ୍ୟ ପଦ ରଦ୍ଦ ହେବାର ନିୟମ ମଧ୍ୟ ରହିଛି । ତେଣୁ ଅଧିକ ପୌରାଞ୍ଚଳ ହାତେଇବା ପାଇଁ ଭାବିଚିନ୍ତି ଗୋଟି ଚାଳନା କରିବାକୁ ହେବ ।

ଚଳିତ ପୌର ନିର୍ବାଚନରେ ତିନିଟି ମହାନଗର ନିଗମରେ ବିଜେଡିର ସଂଖ୍ୟା ଗରିଷ୍ଠତା ରହିଛି । ମେୟର ଭାବେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ତେଣୁ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବିରୋଧର ଭୟ ନାହିଁ । ହେଲେ 105 ଟି ପୌରାଞ୍ଚଳ ମଧ୍ୟରୁ 73 ଟିରେ ବିଜେଡି ଜିତି ଥିବାବେଳେ 16 ଟିରେ ବିଜେପି, 7 ଟିରେ କଂଗ୍ରେସ ଓ 9 ଟିରେ ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହୋଇଛନ୍ତି । ପ୍ରଥମ ଥର ପୌରାଧ୍ୟକ୍ଷ ପଦବି ପାଇଁ ହୋଇଥିବା ସିଧାସଳଖ ନିର୍ବାଚନ ଓ ଫଳାଫଳରେ ଅଜବ ସ୍ଥିତି ଦେଖିବାକୁ ମିଳିଛି । ଏଭଳି ଗୋଳିଆ ପରିସ୍ଥିତିରେ କେଉଁ ଦଳ ଦୁଇବର୍ଷ ପରେ କ’ଣ ରଣନୀତି ଖେଳୁଛନ୍ତି ତାହାକୁ ଅପେକ୍ଷା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.