ETV Bharat / city

ରାସ୍ତା ନିର୍ମାଣକୁ ନେଇ ପୋଲିସ-ଜନତା ମୁହାଁମୁହିଁ - ନୂଆଗାଁରେ ପୋଲିସ ଜନତା ମୁହାଁମୁହିଁ

ଭୁବନେଶ୍ବର ଉପକଣ୍ଠ ନୂଆଗାଁ ରାସ୍ତା ନିର୍ମାଣକୁ ନେଇ ପୋଲିସ ଏବଂ ଜନତା ମୁହାଁମୁହିଁ । ଅଧିକ ପଢନ୍ତୁ...

ରାସ୍ତା ନିର୍ମାଣକୁ ନେଇ ପୋଲିସ-ଜନତା ମୁହାଁମୁହିଁ

author img

By

Published : Jul 25, 2021, 2:32 PM IST

ଭୁବନେଶ୍ବର: ରାସ୍ତା ନିର୍ମାଣକୁ ନେଇ ପୋଲିସ ଏବଂ ଜନତା ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ବର ଉପକଣ୍ଠ ନୂଆଗାଁ ଛକ ନିକଟରେ ଉଚ୍ଛେଦ ସମୟରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି ।

ରାସ୍ତା ନିର୍ମାଣକୁ ନେଇ ପୋଲିସ-ଜନତା ମୁହାଁମୁହିଁ

ସୂଚନା ଅନୁଯାୟୀ ନୂଆଗାଁ ରାସ୍ତା ନିର୍ମାଣ ପାଇଁ ସେଠାରେ ଥିବା ଦୋକାନଗୁଡିକୁ ଭାଙ୍ଗିବା ପାଇଁ ନୋଟିସ୍ ଦିଆଯାଇଥିଲା । ନୋଟିସ୍ ଅନୁଯାୟୀ ଆଜି(ରବିବାର) ଦୋକାନ ଉଚ୍ଛେଦ ଆରମ୍ଭ ହୋଇଥିଲା । ଏହିସମୟରେ ଦୋକାନୀଙ୍କ ସମେତ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏଥିସହ ନୂଆଗାଁ ଛକ ଉପରେ ମଧ୍ୟ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ୟକ୍ତ ଜନତା ଏବଂ ପୋଲିସ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପଟେ ତହସିଲଦାର ଏବଂ ପୋଲିସ ଘଟଣାକୁ ନେଇ ଆଲୋଚନା କରୁଥିବା ଜଣାପଡିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.