ETV Bharat / city

ଭଡାଟିଆଙ୍କୁ କୋରୋନା ଭୟ, ପଜିଟିଭ ହେଲେ କଲବଲ କରୁଛନ୍ତି ମାଲିକ - tenant having face problems

କୋରୋନା କାଳରେ ପଜେଟିଭ ଚିହ୍ନଟ ହୋଇଥିବା ଭଡାଟିଆଙ୍କ ପାଇଁ ଏହା ବଡଦୁଃଖ । ପଜେଟିଭ ଚିହ୍ନଟ ହୋଇଥିବା ଭଡାଟିଆଙ୍କୁ ଘରମାଲିକ ରଖିବାକୁ କୁଣ୍ଠାବୋଧ କରୁଥିବାବେଳେ ଏନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି କୋରୋନା ପଜେଟିଭ ଚିହ୍ନଟ ଭଡାଟିଆ ।

tenant having face problems
ପଜେଟିଭ ଭଡାଟିଆଙ୍କ ଦୁଃଖ
author img

By

Published : Aug 11, 2020, 6:38 PM IST

ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି କୋରୋନା ସ୍ଥିତି । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ଲୋକଙ୍କୁ ଶିକାର କରିଛି କୋରୋନା ଭୂତାଣୁ । ଯାହାକୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କୋରୋନା ପଜେଟିଭ ଚିହ୍ନଟ ହେବା ଭଡାଟିଆଙ୍କ ପାଇଁ ଏହା ବଡଦୁଃଖ । କାରଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ଭଡାଟିଆଙ୍କୁ ଘରମାଲିକ ରଖିବାକୁ କୁଣ୍ଠାବୋଧ କରୁଥିବାବେଳେ ଏନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି କୋରୋନା ପଜେଟିଭ ଚିହ୍ନଟ ଭଡାଟିଆ ।

ପଜେଟିଭ ଭଡାଟିଆଙ୍କ ଦୁଃଖ

କୋରୋନାକୁ ନେଇ ରାଜ୍ୟରେ ଭୟ ସୃଷ୍ଟି ହେଲାଣି । ଅନେକ ଲୋକଙ୍କୁ ଆକ୍ରାନ୍ତ କରୁଛି, ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଗାଁଠାରୁ ସହର ସବୁଠି କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ସହରରେ ଭଡା ନେଇ ରହୁଥିବା ଲୋକଙ୍କ ପଜିଟିଭ ଚିହ୍ନଟ ହେବା ପରେ ଘରମାଲିକଙ୍କ ପାଇଁ ସେମାନେ ଭୟ ଆଶଙ୍କା ମଧ୍ୟରେ ରହିଥାନ୍ତି ।

କେହିକେହି ଘର ମାଲିକମାନେ ଘର ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଥିବା ବେଳେ ଆଉ କେହି ଅନ୍ୟ ବ୍ୟବସ୍ଥା କରିବାକୁ ପଛାଉ ନାହାନ୍ତି ଘର ମାଲିକ । ଯାହାଫଳରେ ଟେଷ୍ଟ ଦ୍ବାରା ପଜେଟିଭ ବାହାରୁ ଥିଲେ ବି ଘରର ସଠିକ ଠିକଣା ଦେବାରେ ଭୟ କରୁଛନ୍ତି ଭଡାଟିଆ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.