ETV Bharat / city

Odisha Covid Update: ରାଜ୍ୟର 10 ଜିଲ୍ଲାରେ TPR ଜିରୋ

author img

By

Published : Dec 12, 2021, 2:01 PM IST

କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଜାରି । 10ଟି ଜିଲ୍ଲାରେ ଟିପିଆର ଜିରୋ ଥିବା ସୂଚନା । ଅଧିକ ପଢନ୍ତୁ

ସଂକ୍ରମଣ କମିଲେ ବି ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମୁଛି । ଆକ୍ଟିଭ କେସ ମଧ୍ୟ କମୁଛି । ରାଜ୍ୟରେ ଆଜି(ରବିବାର) 10ଟି ଜିଲ୍ଲାରେ TPR ଅର୍ଥାତ୍ ଟେମ୍ପରେଚର ପ୍ଲସ ଆଣ୍ଡ ରେସ୍ପିରେସନ ଜିରୋ ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

ଜାରି କରାଯାଇଥିବା ସୂଚନା ଅନୁଯାୟୀ, ସଂକ୍ରମଣ କମିବାରେ ଲାଗିଛି । ଅନେକ ଜିଲ୍ଲାରେ ଜିରୋ ସଂକ୍ରମଣ ରହିଛି । ସଂକ୍ରମଣ କମିବା ସାଙ୍ଗକୁ ଟୀକାକରଣକୁ ଅଧିକ ଗୁରୁତ୍ୱ ଦେବା ସହ ସର୍ଭିଲାନ୍ସ କଡ଼ାକଡ଼ି କରାଯାଉଛି । ବର୍ତ୍ତମାନ ରାଜ୍ୟରେ ଟିପିଆର 0.3 ରହିଛି । ଯେଉଁ ଜିଲ୍ଲାଗୁଡିକ ଜିରୋ ଟିପିଆର ରହିଛି ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି ନବରଙ୍ଗପୁର, ନୟାଗଡ, ନୂଆପଡା ।

1 ପ୍ରତିଶତ ତଳେ ଥିବା ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ସମ୍ବଲପୁର, ରାୟଗଡା, ସୁବର୍ଣ୍ଣପୁର, ପୁରୀ ମୟୂରଭଞ୍ଜ, କୋରାପୁଟ, କେନ୍ଦ୍ରାପଡା, ଝାରସୁଗୁଡା, ଯାଜପୁର, ଜଗତସିଂହପୁର, ଗଜପତି, ଢେଙ୍କାନାଳ, ଦେବଗଡ, କଟକ, ବଲାଙ୍ଗୀର, ଭଦ୍ରକ, ବରଗଡ ଓ ବାଲେଶ୍ୱର । ତେବେ ଖୋର୍ଦ୍ଧା ଜିଲ୍ଲାରେ ଟିପିଆର1.52 ପ୍ରତିଶତ ରହିଛି ।

ଭୁବନେଶ୍ବରରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.