ETV Bharat / city

ଡିସେମ୍ବରରୁ ରାଜ୍ୟରେ ବଢିବ ଶୀତ - ଟିଟିଲାଗଡରେ ସର୍ବନିମ୍ନ ୧୨ ଡିଗ୍ରି

ସାରା ରାଜ୍ୟରେ ସ୍ବାଭାବିକ ଠାରୁ ତାପମାତ୍ରା ଦିନକୁ ଦିନ ଯଥେଷ୍ଟ ହ୍ରାସ ପାଉଛି । ତେବେ ଡିସେମ୍ବରରୁ ଶୀତ ବଢିବ ଏବଂ ଆସନ୍ତା 2 ମାସ ରାଜ୍ୟରେ ଅତ୍ୟଧିକ ଶୀତ ଲାଗି ରହିବ । ଅଧିକ ପଢନ୍ତୁ..

ଭୁବନେଶ୍ବର ପାଣିପାଗ କେନ୍ଦ୍ର
author img

By

Published : Nov 25, 2019, 11:28 PM IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବ। ଶୀତ ଧିରେ ଧିରେ ଅନୁଭୂତ ହେବ । ଡିସେମ୍ବରରୁ ରାଜ୍ୟରେ ଶୀତ ଅନୁଭୂତ ହେବ । ଏପରିକି ଡିସେମ୍ବରରୁ ଜାନୁୟାରୀ ମାସ ମଧ୍ୟରେ ଶୀତ ଅଧିକ ଅନୁଭୂତ ହେବ । ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ବହୁତ ତଳକୁ ଖସଛି । ଦାରିଙ୍ଗିବାଡିରେ ତାପମାତ୍ରା ୧୦ ଡିଗ୍ରି ଥିବାବେଳେ ଉପକୂଳ ଜିଲ୍ଲା ଗୁଡିକରେ ପ୍ରାୟ ତାପମାତ୍ରା ୧୮ ରୁ ୨୦ ଡିଗ୍ରି ମଧ୍ୟରେ ରହିଛି । ସାଧାରଣତ ଏହି ସମୟରେ ତାପମାତ୍ରା ସ୍ବାଭାବିକ ରୁହେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ୨୪ ଘଣ୍ଟା ଭିତରେ ଟିଟିଲାଗଡରେ ସର୍ବନିମ୍ନ ୧୨ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଭୁବନେଶ୍ବରେ ୧୮, ଦାରିଙ୍ଗିବାଡିରେ ୧୦ ଡିଗ୍ରି ତାପମାତ୍ରା ରହିଛି । ଏହାସହ ରାତିରେ କୁହୁଡିର ପ୍ରଭାବ ରହିବ , ଯେତେ ଶୀତ ବଢିବ କୁହୁଡି ସେତେ ଅଧିକ ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା।

Body:ରାଜ୍ୟରେ ପାଗ ଶୁଖିଲା ରହିବ।ଶୀତ ଧୀରେ ଧୀରେ ଅନୁଭୂତ ହେବ।ଡିସେମ୍ବର ରୁ ଜାନୁଆରୀ ମାସ ମଧ୍ୟରେ ଶୀତ ଅନୁଭୂତ ହେବ।ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ବହୁତ ତଳକୁ ଖସଛି।ଦାରିଙ୍ଗିବାଡି ରେ ତାପମାତ୍ରା ୧୦ ଡିଗ୍ରି ଥିବାବେଳେ ଉପକୂଳ ଜିଲ୍ଲା ଗୁଡିକରେ ପ୍ରାୟ ତାପମାତ୍ରା ୧୮ ରରୁ ୨୦ ଡିଗ୍ରି ମଧ୍ୟରେ ରହିଛି।ସାଧାରଣତ ଏ ସମୟରେ ତାପମାତ୍ରା ସ୍ୱାଭାବିକ ରୁହେ।ଗତ ୨୪ ଘଣ୍ଟା ଭିତରେ ଟିଟିଲାଗଡ଼ ରେ ସର୍ବନିମ୍ନ ୧୨ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଭୁବନେଶ୍ୱର ରେ ୧୮,ଦାରିଙ୍ଗିବାଡି ରେ ୧୦ ଡିଗ୍ରି ତାପମାତ୍ରା ରହିଛି।ରାତିରେ କୁହୁଡିର ପ୍ରଭାବ ରହିବ ,ଯେତେ ଶୀତ ବଢ଼ିବ କୁହୁଡି ସେତେ ଅଧିକ ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.