ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ । ଆସନ୍ତା 3 ରୁ 4 ଦିନ ମଧ୍ୟରେ ରାତ୍ରି ତାପମାତ୍ରା 2 ରୁ 3 ଡିଗ୍ରୀ କମିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୬ ସହରରେ ୧୫ ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା ରହୁଛି । ୯.୫ ଡ଼ିଗ୍ରୀ ସହ ଦାରିଙ୍ଗବାଡି ଓଡିଶାର ଥଣ୍ଡା ସହର ହୋଇଥିବା ଜଣାପଡିଛି ।
ରାଜ୍ୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, କୋରାପୁଟରେ ୧୨.୨ଡ଼ିଗ୍ରୀ , ଫୁଲବାଣୀ ୧୨.୬ଡ଼ିଗ୍ରୀ , କେନ୍ଦୁଝର ୧୪.୨ଡ଼ିଗ୍ରୀ , ଟିଟିଲାଗଡ ୧୪.୩ ଡ଼ିଗ୍ରୀ ଓ ଝାରସୁଗୁଡାରେ ୧୪.୬ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ୧୭.୦ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ କଟକରେ ୧୮.୦ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ