ଭୁବନେଶ୍ବର: ଏଣିକି ଦେହ ଖରାପ ବା ଥଣ୍ଡା ଜ୍ବର ହେଲେ ଯିବାକୁ ପଡିବନି ଡାକ୍ତରଙ୍କ ପାଖକୁ । କାରଣ ଡାକ୍ତରଙ୍କୁ ଟେଲିଫୋନ ଯୋଗେ କରିପାରିବେ ଯୋଗାଯୋଗ । 24 ଘଣ୍ଟିଆ ଡାକ୍ତର ରହିବେ ଉପଲବ୍ଧ । ଏଥିପାଇଁ ଆପଣଙ୍କୁ କରିବାକୁ ପଡିବ 14410କୁ କଲ ।
ଯେଉଁଠି ମାଗଣାରେ ପାଇପାରିବେ ଡାକ୍ତରଙ୍କ ସେବା ସହ କେଉଁ ମେଡିସିନ ଖାଇବେ କଣ କରିବେ ଓ କଣ ନ କରିବେ ସେନେଇ ପରାମର୍ଶ । ଏଥିଲାଗି ଆସନ୍ତାକାଲି ଠାରୁ ଆରମ୍ଭ ହେବା ଯାଉଛି ଟେଲିମେଡିସିନ ସୁବିଧା ।
ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସେବା ଯୋଗାଇବାକୁ 300 ଡାକ୍ତର ସ୍ବେଛାକୃତ ଭାବେ ଆଗେଇ ଆସିଛନ୍ତି । ତେବେ 104 ଯୋଗେ ଦିନକୁ 12ହଜାରରୁ 14 ହଜାର କଲ ଆସୁଥିବାବେଳେ ଜଣାପଡିଛି କି, ଅନେକ ଲୋକ କୋରୋନା ଭୟରେ ସାଧାରଣ ଥଣ୍ଡା ଜ୍ବର ଭଳି ରୋଗ ପାଇଁ ଭୟଭୀତ ହୋଇପଡୁଛନ୍ତି ।
ସେଥିଲାଗି ଏହି ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଥମେ ଲୋକେ 14410କୁ କଲ୍ କରି ସେମାନଙ୍କୁ କଣ ହୋଇଛି କହିବେ । ପରେ ଡାକ୍ତର ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଡାଟା ନେବା ପରେ ତାଙ୍କୁ କେଉଁ ଔଷଧ ଖାଇବାର ଅଛି, କି ଟେଷ୍ଟ କରିବା ଜରୁରୀ ସେନେଇ କହିବେ ।
ତେବେ ଡାକ୍ତରଙ୍କୁ ଯଦି ଲାଗିଲା କି, ସେ କୋରୋନା ସନ୍ଦିଗ୍ଧ ତାଙ୍କ ପାଖକୁ ଅଟୋମେଟିକ୍ 104ରୁ କଲ୍ ଯିବା ସହ ସେ କେଉଁ ହସ୍ପିଟାଲକୁ ଯିବେ, କେତେବେଳେ ଯିବେ ସେନେଇ ସରକାର ନିଷ୍ପତ୍ତି ନେବେ । ଏହି ସେବା ଆସନ୍ତାକାଲି ଠାରୁ ଲାଗୁ ହେବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ