ETV Bharat / city

ଜେଲରେ କଏଦୀଙ୍କୁ ମିଳିବ ଟେଲି ମେଡ଼ିସିନ ସେବା

author img

By

Published : Jun 19, 2022, 4:56 PM IST

ଏଣିକି ଜେଲରେ ଟେଲି ମେଡ଼ିସିନ ସେବା ଉପଲବ୍ଧ ହେବ । ଏନେଇ ସ୍ବାସ୍ଥ୍ୟ ବିଭାଗ ଜେଲ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଅଧିକ ପଢନ୍ତୁ

ଜେଲରେ କଏଦୀଙ୍କୁ ମିଳିବ ଟେଲି ମେଡ଼ିସିନ ସେବା
ଜେଲରେ କଏଦୀଙ୍କୁ ମିଳିବ ଟେଲି ମେଡ଼ିସିନ ସେବା

ଭୁବନେଶ୍ବର: ଏଣିକି ଜେଲରେ ଟେଲି ମେଡ଼ିସିନ ସେବା ଉପଲବ୍ଧ ହେବ । ଏନେଇ ସ୍ବାସ୍ଥ୍ୟ ବିଭାଗ ଜେଲ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଡାକ୍ତର ରୋଗୀଙ୍କୁ ଟେଲି ମେଡ଼ିସିନ ଜରିଆରେ ଔଷଧ ଓ ଚିକିତ୍ସାର ପରାମର୍ଶ ଦେବେ । ଫଳରେ ରୋଗୀମାନେ ଜେଲ ପରିସରରେ ହିଁ ଚିକିତ୍ସା ହୋଇପାରିବେ । ଏଣିକି ଜେଲରୁ କଏଦୀଙ୍କୁ ଆଉ ଚିକିତ୍ସା ପାଇଁ ବାରମ୍ବାର ହସ୍ପିଟାଲକୁ ଯିବାକୁ ପଡିବ ନାହିଁ ।

ସୂଚନା ଅନୁଯାୟୀ, ହସ୍ପିଟାଲରୁ କଏଦୀ ଫେରାର ଓ ହସ୍ପିଟାଲ ବାହାନାରେ ଗ୍ୟାଙ୍ଗ ପରିଚାଳନା କରୁଥିବାର ନଜରକୁ ଆସୁଛି । ଏହାସହ କଏଦୀଙ୍କୁ ପ୍ରତ୍ୟେକ ଦିନ ହସ୍ପିଟାଲକୁ ଆଣିବା ପାଇଁ ଜେଲ କତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କୋରୋନା ସମୟରେ ଅନେକ ହସ୍ପିଟାଲରେ ଟେଲି ମେଡ଼ିସିନ ସେବା ଆରମ୍ଭ କରାଯାଇଥିଲା ।

ତେବେ ଜେଲରେ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜେଲ ଡିଜି ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଥିଲେ । ସ୍ବାସ୍ଥ୍ୟ ବିଭାଗ ଅନୁରୋଧକୁ ରକ୍ଷା କରି ଜେଲରେ ଟେଲି ମେଡ଼ିସିନ ସେବା ଯୋଗାଇ ଦେବାକୁ ନିସ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.