ETV Bharat / city

ଶିକ୍ଷାଦାନକୁ ନିଜ ବ୍ରତ ଭାବେ ପାଳନ କରନ୍ତୁ ଶିକ୍ଷକ: ସମୀର ଦାଶ - ଶିକ୍ଷକଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ସମୀର ଦାଶ

ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଏକ ଦିନିକିଆ ସମ୍ମିଳନୀ । ଶିକ୍ଷକମାନେ ଶିକ୍ଷାଦାନକୁ ନିଜର ବ୍ରତ ଭାବରେ ପାଳନ କରନ୍ତୁ ବୋଲି କାର୍ଯ୍ୟକ୍ରମରେ କହିଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

ଶିକ୍ଷାଦାନକୁ ନିଜ ବ୍ରତ ଭାବେ ପାଳନ କରନ୍ତୁ ଶିକ୍ଷକ: ସମୀର ଦାଶ

author img

By

Published : Aug 9, 2022, 10:18 AM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଏକ ଦିନିକିଆ ସମ୍ମିଳନୀ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଶିକ୍ଷକମାନେ ଶିକ୍ଷାଦାନକୁ ନିଜ ବ୍ରତ ଭାବେ ପାଳନ କରିବା ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ ।

ଶିକ୍ଷାଦାନକୁ ନିଜ ବ୍ରତ ଭାବେ ପାଳନ କରନ୍ତୁ ଶିକ୍ଷକ: ସମୀର ଦାଶ
ଶିକ୍ଷାଦାନକୁ ନିଜ ବ୍ରତ ଭାବେ ପାଳନ କରନ୍ତୁ ଶିକ୍ଷକ: ସମୀର ଦାଶ

ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ହେଉଛି । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଜେ ପାଲ୍‌ ଓ ବ୍ରେକ୍‌ ଥ୍ରୋ ଟ୍ରଷ୍ଟ ଆନୁକୂଲ୍ୟରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଲିଙ୍ଗଗତ ସମାନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଏକ ଚୁକ୍ତି (MOU) ସ୍ବାକ୍ଷରିତ ହୋଇଛି । ଆଗାମୀ ଶିକ୍ଷା ବର୍ଷରୁ ପିଲାମାନଙ୍କର ପାଠ୍ୟ ପୁସ୍ତକରେ ଲିଙ୍ଗଗତ ସମାନତା ପାଠ୍ୟକ୍ରମରେ ସାମିଲ କରାଯିବ। ଏବେ ପିଲାମାନେ ଏକ ସହାୟକ ପୁସ୍ତିକା ମାଧ୍ୟମରେ ଲିଙ୍ଗଗତ ସମାନତା ପାଠ ଅଧ୍ୟୟନ କରିବେ ।

ବିଦ୍ୟାଳୟ ବାହାରେ ଥିବା, ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଦକ୍ଷତା ବୃଦ୍ଧି କରିବା ପାଇଁ ଧନ୍ଦାମୂଳକ ଶିକ୍ଷାର ପ୍ରଚଳନ ପାଇଁ ଏକ ପେଟିକାକୁ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉନ୍ମଚୋନ କରିଛନ୍ତି । ଏହି ଅବସରରେ 'ଶିକ୍ଷଣ ଭରଣ ଯୋଜନା' କାର୍ଯ୍ୟକ୍ରମର ପୁସ୍ତିକା ଓ ସଫ୍ଟୱେୟାର ମଧ୍ୟ ପିଲାମାନଙ୍କ ପାଇଁ ଲୋକାର୍ପିତ ହୋଇଛି । ଏହାଦ୍ଵାରା ୪୩,୯୧,୨୮୭ ଛାତ୍ରଛାତ୍ରୀ ଉପକୃତ ହେବେ । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ଅନେକ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.