ETV Bharat / city

ଗୁରୁ ଦିବସ ପାଳିଲେ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ - ଗୁରୁ ଦିବସ

ଭୁବନେଶ୍ବର ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିବା ସହ ବନ୍ଦପନା କରି ଶ୍ରଦ୍ଧାସୁମନ ଅର୍ପଣ କଲେ ଛାତ୍ରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 5, 2019, 2:30 PM IST

ଭୁବନେଶ୍ବର: ଆଜି ପବିତ୍ର ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନ । ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ ହୋଇଆସୁଛି । ଆଜି ସାରା ଦେଶର ସମସ୍ତ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ ହୋଉଛି । ଭୁବନେଶ୍ବର ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିବା ସହ ଭକ୍ତି ଭାବରେ ଗୁରୁ ଦିବସ ପାଳନ କରିଛନ୍ତି ।

ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଗୁରୁ ଦିବସରେ ବିଦ୍ୟାଳୟରେ କୁନି କୁନି ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ । ତତ୍‌ସହିତ ଧୂପ ଓ ଦୀପରେ ବନ୍ଦାପନା ମଧ୍ୟ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ସମସ୍ତ ଗୁରୁଙ୍କୁ ମିଷ୍ଟାନ୍ନ ଖୁଆଇବା ସହିତ ଚରଣ ସ୍ପର୍ଶ କରିବା ଦେଖିବାକୁ ମିଳିଥିଲା ।

ଅକ୍ଷମ ହେଲେ ବି ସମସ୍ତ ଗୁଣରେ ସେ ସକ୍ଷମ । ଗୁରୁ ପୂଜା ପରମ୍ପରାରେ ସାମିଲ ହୋଇ ଗୁରୁ-ଶିଷ୍ୟ ପରମ୍ପରାରେ ଅପୂର୍ବ ନିଦର୍ଶନ ଦେଖାଇଛନ୍ତି ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜି ପବିତ୍ର ଗୁରୁ ଦିବସ।ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣ ପିଲାମାନଙ୍କ ପ୍ରତି ତାଙ୍କର ଭଲପାଇବାକୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିବସକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି।ଆଉ ଯାହାକୁ ଆଜି ଭୁବନେଶ୍ୱର ସ୍ଥିତ ଭୀମ ଭୋଇ ଅନ୍ଧ ମୁକ ବଧିର ସ୍କୁଲ ର ଛାତ୍ରଛାତ୍ରୀ ମାନେ ବେଶ ହୃଦୟର ସହିତ ପାଳନ କରୁଥିବା ଦେଖା ଯାଇଛି।Body:କୁନି କୁନି ଛାତ୍ରଛାତ୍ରୀ ମାନେ ସେମାନଙ୍କ ଗୁରୁ ମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିବା ପରେ ଧୂପ ଓ ଦୀପ ଲଗାଇ ଆରତୀ କରିଥିଲେ।ପରେ ଗୁରୁଙ୍କୁ ମିଠା ଖୁଆଇବା ସହିତ ତାଙ୍କ ଠାରୁ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଛି।ଦୁନିଆ ବିଷୟରେ କିଛି ଜାଣି ବୁଝି ପାରୁ ନଥିବା ଏହି ଛାତ୍ରଛାତ୍ରୀ ମାନଙ୍କୁ ଗୁରୁମାନେ ମଧ୍ୟ ସେମାନଙ୍କ ଜୀବନରେ ସଫଳତା ହାସଲ କରିବା ସହିତ ଉନ୍ନତିର ସିଡ଼ି ଚଢିବା ପାଇଁ ସେମାନଙ୍କୁ ଦେଶ ଦୁନିଆରେ ସୁନାମ ଅର୍ଜନ କରିବା ପାଇଁ ଆଶିର୍ବାଦ କରିଛନ୍ତି।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.