ETV Bharat / city

ସପ୍ତମ ବେତନରେ ଦରମା ଦେବେ କହି ଠକିଦେଲେ ସରକାର, ରାଜରାସ୍ତାରେ ଶିକ୍ଷକ ସଂଘ

author img

By

Published : Jun 9, 2022, 5:38 PM IST

ସପ୍ତମ ବେତନ ଲାଗୁ ପ୍ରତିଶୃତି ଦେଇ ଭିନ୍ନ ଢଙ୍ଗରେ ଶିକ୍ଷକ ଓ କର୍ମଚାରୀଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏ ନେଇ ଶିକ୍ଷକ ସଂଘ ମାଷ୍ଟର କ୍ୟାଣ୍ଟିନରେ ଆନ୍ଦୋଳନ କରି ବିଧାନସଭା ଘେରାଉ କରିବା ପାଇଁ ପ୍ରୟାସ କରିଛନ୍ତି । ଅଧିକ ପଢନ୍ତୁ

ସପ୍ତମ ବେତନ ନେଇ ଠକେଇ ଅଭିଯୋଗ, ରାଜରାସ୍ତାରେ ଶିକ୍ଷକ ସଂଘ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ । ସପ୍ତମ ବେତନ ଲାଗୁ ପ୍ରତିଶୃତି ଦେଇ ଭିନ୍ନ ଢଙ୍ଗରେ ଶିକ୍ଷକ ଓ କର୍ମଚାରୀଙ୍କୁ ଠକାଯାଇଥିବା ଅଭିଯୋଗ କରିଛି ଶିକ୍ଷକ ସଂଘ । ଏହାର ପ୍ରତିବାଦରେ ଗୁରୁବାର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ୪୭ ହଜାର ଶିକ୍ଷକ ଓ କଲେଜ କର୍ମଚାରୀ । ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସମସ୍ତ ଶିକ୍ଷକ ବିଧାନସଭା ଘେରିବା ପାଇଁ ପ୍ରୟାସ କରିଥିବା ଦେଖିବାକୁ ମିଳିଛି ।

ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅବିକଳ ସପ୍ତମ ବେତନ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଲାଗୁ କରିବେ ବୋଲି ପ୍ରତିଶୃତି ଦେଇଥିଲେ । କ୍ୟାବିନେଟରେ ମଞ୍ଜୁର ମଧ୍ୟ ହେଲା । ହେଲେ ପରବର୍ତ୍ତୀ ସମୟରେ ପେ ଓ ଗ୍ରେଡ ପେ ମିଶାଇ ସପ୍ତମ ବେତନ ଦରମା ଲାଗୁ କରିବାକୁ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କଲେ । ଯାହାକୁ ଦେଖିଲେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ ନିଜର ପ୍ରାପ୍ୟରୁ ବଞ୍ଚିତ ହେଉଥିବା କହିଛନ୍ତି ।

ଏହାସହ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଗ୍ରେଡ ପେ ବୃଦ୍ଧି କରିବା, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ଅଭାବ ଭଳି ଦାବି ନେଇ ଆଜି ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି ଶିକ୍ଷକ ସଂଘ । ଖୁବଶୀଘ୍ର ସରକାର ଆଲୋଚନାକୁ ଡାକି ସପ୍ତମ ବେତନ ଲାଗୁ କରିବାକୁ ଅନୁରୋଧ କରିଛନ୍ତି । ନଚେତ ଆଗାମୀ ଦିନରେ ବ୍ଲକ, ଜିଲ୍ଲା କାର୍ଯ୍ୟାଳୟ ଘେରାଉ ସହ ସ୍କୁଲ କଲେଜ ଖୋଲିଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.